କୋଇଲା ମାଫିଆଙ୍କ ଦୌରାତ୍ମ୍ଯରେ ଅତିଷ୍ଠ ହେଲେଣି ସାଧାରଣ ଜନତା। ଶେଷରେ ଏସପିଙ୍କ ହୋଇଛନ୍ତି ଦ୍ବାରସ୍ଥ। ଭଦ୍ରକ ବ୍ଲକ ଅନ୍ତର୍ଗତ ଜଗଦଲପୁର ପଞ୍ଚାୟତ ଅଧୀନ ଭଞ୍ଜ ସାହିରେ ଦେଖିବାକୁ ମିଳିଛି କୋଇଲା ମାଫିଆଙ୍କ ଆତଙ୍କ। ରାତି ୧୧ଟା ପରେ ଲୋକଙ୍କର ଘରୁ ବାହାରିବା ହୋଇପଡିଲାଣି ଅସମ୍ଭବ। କୋଇଲା ଚୋରାଚାଲାଣକାରୀ ଗାଁ ରାସ୍ତା ଦେଇ ୧୦ ଚକିଆ ୧୨ ଚକିଆ ଭାରିଯାନରେ କୋଇଲା ଚାଲାଣ କରିବା ସହ ଅନଲୋଡ କରୁଛନ୍ତି ଭଞ୍ଜସାହିରେ। ଭାରିଯାନର ଦ୍ରୁତ ଓ ଘନ ଘନ ଆତଯାତରେ ଲୋକେ ଘରୁ ବାହାରୁନାହାନ୍ତି ଭୟରେ। ଗାଡି ଚାପରେ ଅଞ୍ଚଳରେ କୁକୁରଙ୍କୁ ଦେଖିବାକୁ ମିଳୁନି। ଏହାକୁ ସ୍ଥାନୀୟ ଲୋକେ ବିରୋଧ କଲେ ମାରଣାସ୍ତ୍ର ଦେଖାଇ ଧମକ ଚମକ ଦିଆଯାଉଛି ବୋଲି ଅଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଲୋକଙ୍କ ଅଭିଯୋଗ କ୍ରମେ ସ୍ଥାନୀୟ ସରପଞ୍ଚ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ଓ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ସରପଞ୍ଚ।
ତେବେ ଏଭଳି ଘଟଣାକୁ ନେଇ ପୂର୍ବରୁ ଅନେକ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ଏବଂ କିଛି ମାଫିଆ ଗିରଫ ହୋଇ କୋର୍ଟ ଚାଲାଣ ମଧ୍ୟ ହୋଇଛନ୍ତି । କିନ୍ତୁ ସବୁ ପରେ ବି କଣ ପାଇଁ ବନ୍ଦ ହୋଇପାରୁନି ଚୋରା କୋଇଲା କାରବାର? କିଏ ମାଫିଆଙ୍କୁ ଦେଉଛି ଅଭୟ? କାହିଁକି ପୋଲିସ କୋଇଲା ଚୋରା କାରବାର ଉପରେ ଲଗାଇ ପାରୁନି ରୋକ ? ଏପରି ଅନେକ ପ୍ରଶ୍ନ ସାଧାରଣରେ ସୃଷ୍ଟି ହେଉଛି ?ତେବେ ଏସପିଙ୍କ ଦୃଷ୍ଟି ଆକର୍ଷଣ ପରେ ଦେଖିବାକୁ ବାକି ରହିଲା କେବେ କୋଇଲା ମାଫିଆ ରାଜ ଭଦ୍ରକରୁ ହଟୁଛି?