ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ

ଘଷିପୁରା ବ୍ଲକ ମଦନପୁର ପଞ୍ଚାୟତ ଭଗାନଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କ୍ରୀଡ଼ା ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଞ୍ଚଳର ଦୁଇଜଣ ବରିଷ୍ଠ ବ୍ୟକ୍ତି ବଂଶୀଧର ବେହେରା ଏବଂ ପାଗଳ ସାମଲଙ୍କୁ ବିଦ୍ୟାଳୟ ପକ୍ଷରୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନିତ କରଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମୁରଲୀଧର ଜେନା ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଏବିଇଓ ମୁକୁନ୍ଦ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମଧୁସୁଦନ ସାହୁ, ମଦନପୁର କ୍ଳଷ୍ଟର ସିଆରସିସି ରମେଶ ଚନ୍ଦ୍ର ସାହୁ, ଶିକ୍ଷାବିତ ନଟବର ସାହୁ, ସହକାରୀ ଶିକ୍ଷକ କୁଶଭଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ । ବାର୍ଷିକ କ୍ରୀଡ଼ାରେ ସରୋଜ କୁମାର ସାହୁ ଏବଂ ଛାତ୍ରୀ ପ୍ରିୟଦର୍ଶିନୀ ସାମଲ ଚାମ୍ପିଅନ ହୋଇଥିଲେ । ବିଶେଷ କରି ଆଜିର ଦିନରେ ପୁଲୱାମା ଠାରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ଛାତ୍ରମାନେ ନୃତ୍ୟ ପ୍ରଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଆନନ୍ଦ ଚରମ ସାହୁ, ସୁବ୍ରତ କୁମାର ସାହୁ, ମନୋରମା ଓଝା, ଅଞ୍ଜଳି ପରିଡ଼ା, କଳା ଶିକ୍ଷକ ମଧୁସୂଦନ ରାଉତ, ସନ୍ତୋଷ ମହାନ୍ତି, ବିଷ୍ଣୁପ୍ରିୟା ଦାଶ ପ୍ରମୁଖ ସହ‌ଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *