ଦିନ ଥିଲା ପାଖକୁ ତାଙ୍କର ଆସୁଥିଲା ମୁଠା ମୁଠା ପଇସା । କିନ୍ତୁ ଏବେ ସେ ହାତ ପତାଉଛନ୍ତି । ଏକଦା ନିଜର ଏକ ସ୍ବତନ୍ତ୍ର ପରିଚୟ ଥିଲା କିନ୍ତୁ ଏବେ ସେ ହୋଇପଡିଛନ୍ତି ଅଲେଡା । ଭଙ୍ଗା ଟ୍ରାଇସାଇକେଲ ଯେ ତାଙ୍କର ଏକା ସାହା ଭରସା । କାରଣ ସେ ହିଁ ତ ତାଙ୍କୁ ଗୋଟିଏ ସ୍ତାନରୁ ଆଉ ଏକ ସ୍ଥାନକୁ ନେଇ ଆଣି ପାରୁଛି । ସ୍ତ୍ରୀ , ପିଲା ଛୁଆ ତାଙ୍କୁ ଛାଡି ଆରପାରିରେ । ଭାଇ ବନ୍ଧୁ କୁଟୁମ୍ବଙ୍କ ପାଇଁ ସେ ଏବେ ପର । ତେଣୁ ନିଜର କହିଲେ ସେ ଭଙ୍ଗା ଟ୍ରାଇସାଇକେଲ ଟି । ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧର ବିଶ୍ଵନାଥଙ୍କ କଥା । ଦିନଥିଲା ବିଶ୍ଵନାଥ , ନାଚ ମାଷ୍ଟର ଭାବରେ ବେଶ ଜଣା ଶୁଣା ଥିଲେ । କିନ୍ତୁ ଏବେ ଏହି ପରିଣତ ବୟସରେ ଗଞ୍ଜାମ ଭଞ୍ଜନଗର ଠାରୁ ଦଶପଲ୍ଲା ଜାତୀୟ ରାଜପଥ ୫୭ ତିନିଛକିଆ ଠାରେ ଥିବା ଏକ ପରିତ୍ୟକ୍ତ ଯାତ୍ରୀ ବିଶ୍ରାମଗାରାରେ କଟୁଛି ତାଙ୍କ ଜୀବନ । ବୃତ୍ତିରେ ସେ ମନ୍ଦିର ପୂଜକ ।ସେଥିରୁ ତାଙ୍କୁ ଯାହା ମିଳୁଥିଲା ସେଥିରେ ସେ ଚଳି ଯାଉଥିଲେ । କିନ୍ତୁ ବୟସ ବଢିବା ସହ ଶରୀରର ଅସୁସ୍ଥତା ତାଙ୍କୁ ଏଭଳି ପରିସ୍ଥିତରେ ତାଙ୍କୁ ଠିଆ କରିଛି ଯେ ସେ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ କରିଛି । ତେବେ ସେ କିଭଳି ପରିସ୍ଥିତିରେ ରହିଛନ୍ତି ତାଙ୍କ ମୁହଁରୁ ଆସନ୍ତୁ ଶୁଣିବା ।
ବିଶ୍ଵନାଥଙ୍କ ଗ୍ରାମ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ୍ ଗେରେଡ଼ା ଗ୍ରାମ ପଞ୍ଚାୟତ ସମରବନ୍ଧରେ । ଆଜକୁ ପ୍ରାୟ ଦଶ ବର୍ଷ ହେଲା ସେ ନିଜ ଗାଆଁରୁ ଆସି ତିନିଛକିଆ ଠାରେ ଏକ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ ତୁଲାଉଥିଲେ । ପରିବାର ସବୁ ଆରାପାରିକୁ ଚାଲିଗଲେଣି । ସମୟ କ୍ରମେ ଶରୀରର ଶକ୍ତି କମିବା ଫଳରେ ଆଉ ସେ ମନ୍ଦିର କାର୍ଯ୍ୟ କରି ପାରିନଥିଲେ । ଫଳରେ ପୂଜା କାର୍ଯ୍ୟରୁ ଗ୍ରାମବାସୀ ନିବୃତ୍ତ କରିଥିଲେ । ସେବେଠାରୁ ପ୍ରାୟ ଏକ ବର୍ଷ ହେବ ଏମିତି ଭିକ୍ଷା ବୃତ୍ତି କରି ଖରା ବର୍ଷାରେ ମଧ୍ଯ ପଡିରହିଛନ୍ତି ଏହି ଯାତ୍ରୀ ବିଶ୍ରାମଗାରା ଘରେ । ତେବେ ବିଶ୍ଵନାଥଙ୍କୁ ଥଇଥାନର ବ୍ୟବସ୍ଥା କରିବା ପାଇଁ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ତେବେ ଖବର ପ୍ରସାରଣ ପରେ ବୃଦ୍ଧଙ୍କ ପାଇଁ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।