ବ୍ୟାସ ଫାଉଣ୍ଡେସନର ମହାନତା

ବନ୍ଦର ନଗରୀ ପାରାଦ୍ଵୀପର ନୂଆ ବଜାର ବସ୍ତିରେ ଗୋଡ଼ରେ ବେଡ଼ି ପଡି ରହୁଥିବା ମାନସିକ ବିକୃତ ଝିଅକୁ ଉଦ୍ଧାର କରିଛି ବ୍ୟାସ ଫାଉଣ୍ଡେସନ ସ୍ବେଚ୍ଛାସେବୀ ସଂଗଠନ। କଲେଜ ରେ ପାଠ ପଢୁଥିବା ଝିଅ ଗତ ୪ ବର୍ଷ ତଳେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ଧିରେ ଧିରେ ସିଏ ମାନସିକ ଭାରସାମ୍ୟ ହରାଇ ଏଣେ ତେଣେ ପଳାଉଥିଲେ । ଫଳରେ ତାଙ୍କ ମା ଝିଅ ର ଗୋଡ଼କୁ ଲୁହା ଜଞ୍ଜିରେ ବାନ୍ଧି ରଖିଥିଲେ। ଏସମ୍ପର୍କରେ ଖବର ପାଇବା ପରେ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ତାଙ୍କ ଘରେ ପହଞ୍ଚି କଥା ହେବା ସହିତ କଣାସ ଠାରେ ଥିବା ନିଳାଞ୍ଚଳ ସେବା ପ୍ରତିଷ୍ଠାନକୁ ନେବା ସହିତ ସେଠାରେ ତାଙ୍କର ରହିବା , ଖାଇବା ସହିତ ଆବଶ୍ୟକୀୟ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି। ବ୍ୟାସ ଫାଉଣ୍ଡେସନ ଗତ କିଛି ବର୍ଷ ମଧ୍ୟରେ ପାରାଦ୍ଵୀପରୁ ପାଖାପାଖି ୧୫୦ ରୁ ଉର୍ଦ୍ଧ୍ୱ ମାନସିକ ବିକୃତ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ, ସେମାନଙ୍କ ମଧ୍ୟରୁ ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେଣୁ ନୂଆ ବଜାର ର ଏହି ଝିଅଟି ଆବଶ୍ୟକୀୟ ଚିକିତ୍ସା ଦ୍ବାରା ସୁସ୍ଥ ହୋଇ ପାରିବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା।