
ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଦ୍ୱାର ପଥରେ ଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିଏମସି ପକ୍ଷରୁ ନିର୍ମାଣ ସରିଛିI ପୁସ୍ତକ ଆକୃତିର ଏହି ଭାସ୍କର୍ଯ୍ୟର ନିର୍ମାଣ ସ୍ଥାନ ,ଉଚ୍ଚତା ଓ ଶୈଳୀକୁ ନେଇ ଏବେ ଅସନ୍ତୋଷ ପ୍ରକାଶ ପାଇଛି I ଗୋଟିଏ ପଟେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତା କଥା କହୁଥିବାବେଳେ ଅନ୍ୟପଟେ ଭାସ୍କର୍ଯ୍ୟ ପଛରେ ବରପୁତ୍ରଙ୍କ ପ୍ରତିମୂତ୍ତିକୁ ଲୁଚାଇବାକୁ ଷଡ଼ଯନ୍ତ୍ର କରିବା କେତେଦୂର ଯୁକ୍ତିଯୁକ୍ତ ତାହାକୁ ନେଇ ଉଠିଛି ପ୍ରଶ୍ନ I
ପୁରାତନ ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ ଓଡ଼ିଆ ଅସ୍ମିତାର ଅନ୍ୟତମ ବିନ୍ଧାଣୀ ବ୍ୟାସକବି ଫକୀର ମୋହନ ସେନାପତି I ଯାହାଙ୍କୁ ନେଇ ଓଡ଼ିଶାବାସୀ ସବୁବେଳେ ଗର୍ବ କରିଛନ୍ତି I ତାଙ୍କୁ ସମ୍ମାନ ଜଣାଇ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟଦ୍ଵାରରେ ପ୍ରତିଷ୍ଠା ହୋଇଥିବା ପ୍ରତିମୂର୍ତ୍ତି ନିକଟରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ତାଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥାନ୍ତି I ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଓ ଶ୍ରାଦ୍ଧହୋତ୍ସବରେ ବିଭିନ୍ନ ସାମାଜିକ ସଙ୍ଗଠନ,ବିଧାୟକ, ରାଜ୍ୟସରକାର ମନ୍ତ୍ରୀମାନେ ପୁଷ୍ପମାଲ୍ୟ ଅର୍ପଣ କରନ୍ତି I ଦୁଇ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ବିଶ୍ୱବିଦ୍ୟାଳୟର ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିଲା I
୨୪ ବର୍ଷର ବିଜେଡି ସରକାର ଯାହା ହୋଇ ନ ଥିଲା ବାର୍ତ୍ତମାନ ସରକାର ଓଡ଼ିଆ ଅସ୍ମିତାର ନାରା ଦେଇ ବରପୁତ୍ରଙ୍କୁ ଅପମାନ କରିଛନ୍ତି I ଏହାଦ୍ୱାରା କେବଳ ଯେ ବରପୁତ୍ରଙ୍କ ଅସମ୍ମାନ ହୋଇଛି ତାହା ନୁହେଁ ,ବରଂ ଉତ୍କଳର ମାନ ହାନି ହୋଇଛି I ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାରୁ କେହି କିଛି କହିବାକୁ ମନା କରିଦେଇଛନ୍ତି I