ବ୍ୟବସ୍ଥା ଠାରୁ ଦୁରରେ ଯୋଡ଼ାସାହି ପ୍ରାଥମିକ ବିଦ୍ୟାଳୟ

ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ବାସ୍ତବ ଚିତ୍ର ଦେଖିଲେ ଆପଣ ଜାଣିପାରିବେ ଶିକ୍ଷାର ବିକାଶ କେତେଦୁର ଆଗେଇଛି। ଯାହାର ବିଗତ ଦିନରେ ଅନେକ ନଜିର ରହିଛି । କେତେବେଳେ ପିଲାଙ୍କ ପାଇଁ ପ୍ରସ୍ତୁତ ମଧ୍ୟାହ୍ନ ଭୋଜନରୁ ବିଭିନ୍ନ ସରିଶୃପ ବାହାରୁଛିତ ଆଉ କେତେ ବେଳେ ମଧ୍ୟାହ୍ନ ଭୋଜନ ଖାଇ ପିଲା ଅସୁସ୍ଥ ହେଲେଣି । ତେଣୁ ପିଲାଙ୍କ ସ୍ବସ୍ଥ୍ୟକୁ ନଜରରେ ରଖି ସମସ୍ତ ସ୍କୁଲରେ ତିଆରି ହୋଇଛି ମଧ୍ୟାହ୍ନ ଭୋଜନ ଗୃହ । କିନ୍ତୁ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଂଚାୟତର ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ତାର ଓଲଟା ଚିତ୍ର । କେବଳ ମଧ୍ୟାହ୍ନ ଭୋଜନ ଗୃହ ନୁହେଁ ଏଠାରେ ଶିକ୍ଷକଙ୍କ ଅଭାବ ସହ ଶ୍ରେଣୀ ଗୃହର ମଧ୍ୟ ଅଭାବ ରହିଛି । ଥରେ ଦେଖନ୍ତୁ ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଅବସ୍ଥା । ଆଉ ଏହାକୁ ନେଇ ପାଚିକା ଏବଂ ଗ୍ରାମବାସୀ କଣ କହୁଛନ୍ତି, ଶୁଣନ୍ତୁ ।

ଏନେଇ ନୂଆଗାଁ ବ୍ଲକ ଶିକ୍ଷା ଅଧିକାରୀ ପ୍ରସାନ୍ତ କୁମାର ସାହୁଙ୍କ ମତାମତ ନେଇଥୀଲୁ । ସେ କହିଛନ୍ତି ଆମର ସେମିତି କିଛି ଟଙ୍କା ନାହିଁ ଆମେ ବ୍ଲକ ଉପରେ ନିର୍ଭରଶୀଳ। କିନ୍ତୁ ଆଗକୁ କ’ଣ କରିହେବ ସେ ନେଇ ଚେଷ୍ଟା କରିବି । ତେବେ ଦେଖିବାକୁ ବାକି ରହିଲା କେବେ ବଦଳୁଛି ଯୋଡ଼ା ସାହି ପ୍ରାଥମିକ ବିଦ୍ୟାଳୟର ଭାଗ୍ୟ ।

Leave a Reply

Your email address will not be published. Required fields are marked *