ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଯୋଗାଇ ଦେବା ପାଇଁ ଦକ୍ଷତା ବିକାଶ ପରାମର୍ଶ ଶିବିର ମାଧ୍ୟମରେ ଦିଗଦର୍ଶନ ଦିଆଯାଉଛି। ଏଥିପାଇଁ ବ୍ଲକ ସ୍ତରରେ ପରାମର୍ଶ ଶିବିର ଆୟୋଜନ ପାଇଁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି କ୍ରମରେ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଦ୍ୱାରା ଆୟୋଜିତ ପରାମର୍ଶ ଶିବିରରେ ୨୨ ଗୋଟି ପଂଚାୟତର ୧୫୨ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ଛାତ୍ରଛାତ୍ରୀ ନାମ ପଂଜିକରଣ କରିଥିଲେ। ନିଜର ତଥା ନିଜ ପରିବାରର ବିକାଶରେ ସହାୟକ ହେବାକୁ ଉପସ୍ଥିତ ଅତିଥି ଆଶାୟୀଙ୍କୁ ପରାମର୍ଶ ଦେବା ସହ ଆୟୋଜିତ ଶିବିରରୁ ଯଥାସମ୍ଭବ ଜ୍ଞାନ ଆହରଣ କରିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ନୂଆଗାଁ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବିଡିଓ ବାସୁଦେବ ନାୟକ ଓ ଜିଲ୍ଲା ନିଯୁକ୍ତି ଅଧିକାରୀ ଦୁର୍ଗାଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଉପସ୍ଥିତ ଆଶାୟୀଙ୍କ ଆଶା ଶିବିର ପରେ ସେମାନେ ନିଶ୍ଚିତ ରୂପେ ନିଯୁକ୍ତି ପାଇବେ। ଫଳରେ ସ୍ବାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣରେ ସହାୟକ ହେବେ। ଶିବିରରେ ନାମ ପଞ୍ଜିକରଣ ହୋଇଥିବାରୁ ଆଶାୟୀଙ୍କ ମଧ୍ୟରେ ବେଶ ଖୁସି ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *