ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଅର୍ଥଙ୍ଗା ପଞ୍ଚାୟତ କୋଠା ସାହି ଗ୍ରାମରେ ଘଟିଯାଇଛି ବଡ ଅଘଟଣ | ବେକରେ ରଶି ଦେଇ ଝୁଲିପଡ଼ିଲେ ସ୍ବାମୀ ସ୍ତ୍ରୀ | ମୃତକ ଦ୍ୱୟ ହେଲେ କୋଠା ସାହି ଗାଁର ବିଜୟ ରାଉତ (୬୦) ଓ ତାଙ୍କ ସ୍ତ୍ରୀ ପଦ୍ମିନୀ (୫୫) | ସୂଚନା ଅନୁସାରେ, ବାଙ୍ଗାଲୋରରେ ରହୁଥିବା ବିଜୟଙ୍କ ପୁଅ ଆଜି ସକାଳୁ ଘରକୁ ଫୋନ କରିଥିଲେ। କେହି ଫୋନ ନଉଠାଇବାରୁ ସାଙ୍ଗ ସୋମନାଥକୁ ଘରକୁ ଯିବା ପାଇଁ କହିଥିଲେ। ସେଠାରେ ଯାଇ ଠାକୁର ଘରେ ଦୁହିଁଙ୍କର ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ। ଖବର ପାଇ ବ୍ରହ୍ମବରଦା ପୋଲିସ ସାଇଣ୍ଟିଫିକ ଟିମ ସହାୟତାର ତଦନ୍ତ ଆରମ୍ଭ କରିଛି। ତେବେ ଘରର କାନ୍ଥରେ ତିନି ଭଉଣୀଙ୍କ ପାଇଁ ଜୀବନ ହାରିଲେ ବୋଲି ଲେଖା ଯାଇଥିବା ଦେଖିବାକୁ ମିଳିଛି। ଋଣ ଗ୍ରସ୍ଥ ହୋଇ ମାନସିକ ଭାରସାମ୍ୟ ହରାଇ ଦୁହେଁ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି |