କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ ବୋରିଆ ବିଜେପି ମଣ୍ଡଳ ସଭାପତି ଝସକେତନ ସାହୁ ଙ୍କ ନେତୃତ୍ୱ ରେ ଗୁରୁବାର ଗୁର୍ଜିମୁଣ୍ଡା ଯୋଗମାୟା ପିଠରୁ କାଣ୍ଡେଲ ଗ୍ରାମ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରିଥିଲା | ଏହ ଅବସରରେ ଦେଶ ପାଇଁ ବଳିଦାନ ଦେଇଥିବା ବିରଶହୀଦ ତେମନ୍ତ ମାଝୀ ଏବଂ କାଣ୍ଡେଲ ସ୍ଥିତ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ବୋଲି ବରିଷ୍ଠ ବିଜେପି କର୍ମକର୍ତ୍ତା ପ୍ରକାଶ କରିଥିଲେ |

ଏଥିରେ ଯୁବମୋର୍ଚ୍ଚା ସଭାପତି ମୁନା ସ୍ୱାଇଁ, ରାଜ୍ୟ ସଂଯୋଜକ ତଥା ଓବିଶି ମୋର୍ଚ୍ଚା ଶଶାଙ୍କ ଶେଖର ମହଲା,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଓବିଶି ମୋର୍ଚ୍ଚା ପ୍ରତାପ ବାଗ, ଜିଲ୍ଲା ପ୍ରତିନିଧି ଅଶୋକ କୁମାର, ପୋଢ଼, ଯୁବମୋର୍ଚ୍ଚା ସଂଯୋଜକ ଧନେଶ୍ଵର ସାହୁ, ପଥର୍ଲା ଶକ୍ତିକେନ୍ଦ୍ର ପ୍ରମୁଖ କୁଞ୍ଜବିହାରୀ ସାହୁ, କୁଣ୍ଡାବନ୍ଧ ଶକ୍ତିକେନ୍ଦ୍ର ପ୍ରମୁଖ ଅକ୍ଷୟ ରଣା ଓବିଶି ମୋର୍ଚ୍ଚା, ଲାଇତରା ଶକ୍ତିକେନ୍ଦ୍ର ପ୍ରମୁଖ ପ୍ରଭାତ ବିଶି, ଓବିଶି ସଭାପତି ସୁବାଷ ସାହୁ, କୃଷକ ମୋର୍ଚ୍ଚା ସଭାପତି ଡିଡିଓ ପ୍ରଧାନ,ପ୍ରମୁଖ ଉପସ୍ଥିତ ଥିଲେ |