ବୈତରଣୀରେ ବିପଦ ସଂକେତ

ଲଘୁଚାପ ପ୍ରଭାବରୁ କେନ୍ଦୁଝର ଜିଲ୍ଲାରେ ଗତକାଲି ଠାରୁ ବର୍ଷା ଜାରି ରହିଛି। ଆଜି ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମି.ମି ବର୍ଷା ହୋଇଥିବା ବେଳେ ଆନନ୍ଦପୁର ରେ ୯୬.୨ ମିଲିମିଟର ବର୍ଷା ହୋଇଛି। ଉପର ମୁଣ୍ଡରେ ବର୍ଷା ଯୋଗୁ ବଢିବାକୁ ଲାଗିଛି ବୈତରଣୀ ନଦୀ। ନଦୀର ବିପଦ ସଂକେତ ୩୮.୩୬ ମିଟର ଥିବା ବେଳେ ଏବେ ୩୮.୯୦ ମିଟରରେ ଜଳସ୍ତର ରହିଛି। ଆଜି ବର୍ଷା ପାଇଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡିକୁ ଛୁଟି ଘୋଷଣା କରାଯାଇଛି। ବର୍ଷା ଚାଲିଥିବାରୁ ବୈତରଣୀରେ ବନ୍ୟା ସ୍ଥିତି ଉପୁଜିବା ସହିତ ତଳିଆ ଅଞ୍ଚଳ କ୍ଷତିଗ୍ରସ୍ତ ହେବାର ଅନୁମାନ କରାଯାଉଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ରହିବାକୁ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *