ସୁବର୍ଣ୍ଣପୁର ବିଜେପିର ଜିଲ୍ଲା ସଭାପତି ହେଲେ ବେଣୁଧର ଦାସ । ସେ ଜଣେ ଦକ୍ଷ ସଂଗଠକ ଭାବରେ ବେଶ୍ ପରିଚିତ ଥିବାବେଳେ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ସଭାପତି ଭାବେ ଚୟନ କରିଛି ରାଜ୍ୟ ବିଜେପି । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବାସିନ୍ଦା ଶ୍ରୀ ଦାସ ପୂର୍ବରୁ ବିଜେପିର ଅନେକ ପଦ ପଦବୀରେ ରହି ଆସିଛନ୍ତି ।
ତାଙ୍କର ପ୍ରଚେଷ୍ଟାରେ ୨୦୧୭ ରେ ଜିଲ୍ଲା ପରିଷଦ ସଭାପତି ପଦ ମଧ୍ୟ ହାତେଇଥିଲା ବିଜେପି । ସେହିପରି ଗତ ସାଧାରଣ ନିର୍ବାଚନରେ ବୀରମହାରାଜପୁର ବିଧାନସଭା ସିଟ ମଧ୍ୟ ବିଜେପି ହାତକୁ ଯାଇଛି । ତାଙ୍କର ସୁସମ୍ପର୍କ ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବା ସହ ସମସ୍ତଙ୍କ ସହ ମିଶି ସଂଗଠନକୁ ଆହୁରି ମଜବୁତ୍ କରିବି ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଗତକାଲି ତାଙ୍କୁ ବୀରମହାରାଜପୁର ଜଗନ୍ନାଥ ମନ୍ଦିରରେ କର୍ମୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।