
ବେଙ୍ଗାଲୁରୁ ନିକଟରେ ହୋସକୋଟ୍- ଦୋବ୍ସପେଟ ରାସ୍ତାରେ ଶୁକ୍ରବାର ସକାଳେ ଘଟିଛି ଏକ ଭୟଙ୍କର ଘଟଣା | ସେହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ପୁଲିସ ସୂଚନା ଅନୁସାରେ, ଦ୍ରୁତଗତିରେ ଯାଉଥିବା ଏକ ଏସ୍ୟୁଭି କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ମଟୋରସାଇକେଲକୁ, ତାପରେ ଏକ କ୍ୟାଣ୍ଟର ଟ୍ରକ୍ କୁ ଧକ୍କା ଦେଇଥିଲା । ସେଥିପରେ ସେହି କାର୍ ଅନ୍ୟ ଏକ ଯାନ ସହିତ ମଧ୍ୟ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଏସ୍ୟୁଭି ଭିତରେ ଥିବା ୬ ଜଣ ଯାତ୍ରୀ ଏବଂ ମୋଟରସାଇକେଲ ଚାଳକ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।
ପ୍ରାଥମିକ ଖବର ଅନୁସାରେ, ମୃତକମାନେ ବେଙ୍ଗାଲୁରୁର କୋଥାନୁର ଅଞ୍ଚଳର ବାସିନ୍ଦା ବୋଲି ସନ୍ଦେହ କରାଯାଉଛି | ତଥାପି ସେମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ | ଘଟଣାସ୍ଥଳରୁ ମୃତଦେହଗୁଡିକୁ ଉଠାଇ ହୋସକୋଟ ସରକାରୀ ହସ୍ପିଟାଲକୁ ପଠାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ।