
ବେଆଇନ ପାଣି ଫ୍ୟାକ୍ଟ୍ରି ଉପରେ ଚଢାଉ ହେଲା ବୋଲି ଚିହିଁକି ଉଠିଲା ଫ୍ୟାକ୍ଟ୍ରି ମାଲିକ । କହିଲା ଭିଡିଓ ବନ୍ଦ କର । ଏମିତି ଏକ ଘଟଣା ଦେଖିବାକୁ ମିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ତାଡଦା ପଞ୍ଚାୟତ ଶାସନ ଗ୍ରାମରେ ।
ସୂଚନା ମୁତାବକ ଦୀର୍ଘ ଦିନ ଧରି ବେଆଇନ ଭାବେ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ବିନା ପ୍ୟାକିଂ ଓ ଏକ୍ସପାଏରୀ ତାରିଖ କିମ୍ବା କୌଣସି ସରକାରୀ ସିକୃତି ନଥାଇ ପ୍ଲାଷ୍ଟିକ ଡ୍ରମ ଓ ବୋତଲରେ ବିଶୁଦ୍ଧ ପାନୀୟ ଜଳ ଦର୍ଶାଇ ବେଧଡକ ବ୍ୟବସାୟ କରୁଥିଲେ ସୁଶିଲ କୁମାର ପ୍ରଧାନ । ଏହି ପାଣିକୁ ବସ୍ତା, ବାଲିଆପାଳ, ଜଳେଶ୍ଵର ଆଦି ଅଞ୍ଚଳରେ ବିକ୍ରି କରୁଥିଲେ । ଏନେଇ ପୂର୍ବରୁ ଖାଦ୍ୟ ନିରାପତ୍ତା ଟିମ୍ ପକ୍ଷରୁ କମ୍ପାନୀ ମାଲିକ ସୁଶିଲ କୁମାର ପ୍ରଧାନଙ୍କୁ ବାରମ୍ବାର ନୋଟିସ କରାଯାଇଛି । ମାତ୍ର କୌଣସି ନୋଟିସର ଜବାବ ନଦେଇ ପାଣି ପ୍ୟାକିଂ ଓ ସପ୍ଲାଏ ଜାରି ରଖିଥିଲେ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବସ୍ତା ତହସିଲଦାର ରଧାରଞ୍ଜନ ଦାସ ଓ ବସ୍ତା ପୋଲିସଙ୍କ ଉପସ୍ଥିତିରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ମୃତ୍ୟୁଞ୍ଜୟ ମିଶ୍ର, ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ଜଳେଶ୍ଵର ଖାଦ୍ୟ ନିରାପତ୍ତା ଅଧିକାରୀ ଶଶିକାନ୍ତ ବେହେରାଙ୍କ ସମେତ ହେଲଥ ସୁପରଭାଇଜର ଗଦାଧର ବେହେରା ପ୍ରମୁଖ ସେହି ବେଆଇନ ପାଣି ଫ୍ୟାକ୍ଟ୍ରିକୁ ସହିତ ଶିଲ କରିଥିଲେ । ଖାଦ୍ୟ ନିରାପତ୍ତା ଲାଇସେନ୍ସ , ପିଓରିଟୀ ରିପୋର୍ଟ, କେମିକାଲ ରିପୋର୍ଟ ସହିତ ଅନ୍ୟାନ୍ୟ ଆବଶ୍ୟକୀୟ ଡକ୍ୟୁମେଣ୍ଟ ନହେବା ଯାଏଁ ପ୍ଲାଣ୍ଟ କୁ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଖିଲାପି କଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସଂପୃକ୍ତ ପ୍ଲାଣ୍ଟ ପରିଚାଳକ ପ୍ରଧାନଙ୍କୁ ଚେତାବନୀ ଦିଆଯାଇଛି।