ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟୀଙ୍କ ଉପରେ ଚଢ଼ାଉ

ବେଆଇନ ଦେଶୀ ଓ ବିଦେଶୀ ମଦ ବ୍ୟବସାୟ ବିରୋଧରେ ବାଲେଶ୍ବର ମୋବାଇଲ ସ୍କ୍ୱାଡ୍ ଏବଂ ବାଲିଆପାଳ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଛନ୍ତି । ଦେଢ଼ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକାର ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି ।


ବାଲିଆପାଳ ବଜାର ସହିତ ବ୍ଲକ ଅଞ୍ଚଳର ନାରାୟଣପୁର, କାଳିଆଖାଇ ଓ ଜମ୍ଭିରାଇ ଅଞ୍ଚଳରେ ବେଆଇନ ମଦ ଚାଲାଣ ହେଉଥିବା ସୂଚନା ମିଳିଥିଲା । ଏହି ଅଭିଯୋଗ ଉପରେ କାର୍ଯ୍ୟକାରୀ ହୋଇ, ୯ ଜଣ ଅଧିକାରୀଙ୍କ ଟିମ୍ ମିଳିତ ଭାବରେ ରାତି ସମୟରେ ଚଢ଼ାଉ କରି ବିପୁଳ ପରିମାଣରେ ମଦ ଜବତ କରିଛନ୍ତି ।

ଏଥିରେ ସମ୍ପୃକ୍ତ ଥିବା ୩ ଜଣ ମହିଳା ଏବଂ ୩ ଜଣ ପୁରୁଷଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗ ତାଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ, ଏହି ଅବୈଧ ବ୍ୟବସାୟ ପଛରେ ଥିବା ମୁଖ୍ୟ କାର୍ପଟଦାର ଫେରାର ଥିବା ସୂଚନାମିଳିଛି ।