
ବୁଲା କୁକୁର କାମୁଡ଼ାରେ ଜଣେ ଛାତ୍ରୀ ଗୁରୁତର I ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ହେଉଛନ୍ତି ଛାତ୍ରୀ ଜଣକ Iକଣ୍ଟlମାଳ ବ୍ଲକ ଅନ୍ତର୍ଗତ ବିଳାସ ପୁର ପଞ୍ଚାୟତ ତlଳସରଡ଼ା ଗ୍ରାମର ଘଟିଛି ଏଭଳି ଦୁଃଖଦାୟକ ଘଟଣା,ଛାତ୍ରୀ ଜଣକ ହେଲେ ଇତିଶ୍ରୀ ଦନ୍ତା (୧୦) ହୋଇଥିବା ବେଳେ ସେ ବିଳାସ ପୁର ପ୍ରାଥମିକ ସ୍କୁଲ ର ଛାତ୍ରୀ ଅଟନ୍ତି Iଇତିଶ୍ରୀ ବିଦ୍ୟାଳୟ ରୁ ଘରକୁ ଫେରୁଥିବା ବେଳେ ଏକ ବୁଲା କୁକୁର ହଠାତ ଆକ୍ରମଣ କରିଥିଲା, ଆକ୍ରମଣ ଏତେ ଭୟଙ୍କର ଥିଲା ଯେ କୁକୁର ଟି ଇତିଶ୍ରୀ ର ମୁଣ୍ଡ ତାଳୁ ଚମଡା କାମୁଡି ରକ୍ତାକ୍ତ କରି ଦେଇଥିଲା!ସ୍ଥାନୀୟ ଲୋକେ ଉଦ୍ଧାର କରି ସୋନପୁର ବଡ଼ ଡାକ୍ତର ଖାନରେ ଇତିଶ୍ରୀ କୁ ଭର୍ତ୍ତି କରିଛନ୍ତି ଓ ଇତିଶ୍ରୀ ଗୁରୁତର ଥିବା ସୂଚନା ମିଳିଛି I