ବିଷମକଟକ : ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚିବା ସହ ଯୋଡି ହୋଇ ଶାସନର ଏକ ବିରଳ ତଥା ପ୍ରଶଂସନୀୟ ପ୍ରଦର୍ଶନ କରିଛନ୍ତି ରାୟଗଡା ଜିଲ୍ଲାପାଳ ସୁଶ୍ରୀ ପାରୁଲ ପାଟୱାରୀ | ପ୍ରଧାନମନ୍ତ୍ରୀ ଆୱାସ ଯୋଜନା (ପିଏମଏୱାୟୀ) ଯାଞ୍ଚ ପ୍ରକ୍ରିୟାକୁ ବ୍ୟକ୍ତିଗତ ଭାବରେ ତଦାରଖ କରିବା ପାଇଁ ଆଜି ସୁଶ୍ରୀ ପାରୁଲ ପାଟୱାରୀ ବିଷମକଟକ ପରିଦର୍ଶନ କରିଥିଲେ |

ବିଷମକଟକ ସଦର ମହକୁମାର ଏକ ପରିତ୍ୟକ୍ତ ବସ୍ତି ରୁ ଜିଲ୍ଲାପାଳ ହିତାଧିକାରୀଙ୍କ ସର୍ଭେ ପ୍ରକ୍ରିୟାର କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବେ ଯୋଡି ହୋଇଥିବା ବେଳେ, ବସ୍ତି ବାସିନ୍ଦାଙ୍କ ସହ ସିଧାସଳଖ କଥାବାର୍ତ୍ତା, ତାଙ୍କ ସୁବିଧା ଅସୁବିଧା ନେଇ ସେ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିବା ଦେଖିବାକୁ ମିଳିଥିଲା |

ଏହା ପୂର୍ବରୁ ବସ୍ତିରେ ପହଞ୍ଚି ଲୋକଙ୍କ ସମସ୍ଯା ବିଷୟରେ କେହି ଚିନ୍ତା କରିନଥିବା ବେଳେ ଜିଲ୍ଲାପାଳ ପାରୁଲ ପାଟୱାରୀଙ୍କ ଏହି ପରିଦର୍ଶନକୁ ବହୁ ମାତ୍ରାରେ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳିଛି |

ତାଙ୍କ ଏହି ଗସ୍ତ ବେଳେ, ସେ ସାନସାହି ସ୍ଥିତ ଜଣେ ଭିନ୍ନକ୍ଷମ ବୃଦ୍ଧାଙ୍କୁ ସାକ୍ଷାତ କରିଥିଲେ | ଯିଏ ଦଦରା କୁଡ଼ିଆ ରେ ରହୁଥିବା ଜାଣି ତାଙ୍କ ବିଷମକଟକ ବିଭାଗୀୟ ସହକାରୀ ଯନ୍ତ୍ରୀ ବ୍ୟକ୍ତିଗତ ସହାୟତା ଯୋଗାଇ ଅନ୍ଧ ଅସହାୟ ପାଇଁ ଘର ଖଣ୍ଡିଏ ତୋଳି ଦେଇଥିଲେ।