ବିଶ୍ୱ ଯୁଦ୍ଧର ପ୍ରଭାବ: ଘୁଞ୍ଚିଲା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତା

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ କ୍ରୀଡ଼ା ଜଗତ ଉପରେ ମଧ୍ୟ ପ୍ରଭାବ ପକାଇଛି। ଗୁଜରାଟର ଅହମାଦାବାଦଠାରେ ଆୟୋଜିତ ହେବାକୁ ଥିବା ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତା କୁ ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ କରି ଦିଆଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଏହି ପ୍ରତିଯୋଗିତା ଆସନ୍ତା ମାସ ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଥିଲା। ମାତ୍ର ବିଶ୍ୱସ୍ତରୀୟ ଅଶାନ୍ତି ଓ ସୁରକ୍ଷା କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏବେ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ମେ ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏସୀୟ ଭାରୋତ୍ତୋଳନ ମହାସଂଘ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ଯେ, ଖେଳାଳି, ପ୍ରଶିକ୍ଷକ ଏବଂ ଅଧିକାରୀମାନଙ୍କ ନିରାପତ୍ତା ଓ ସୁରକ୍ଷା ସର୍ବାଗ୍ରେ। ଯୁଦ୍ଧ ପରିସ୍ଥିତି ଯୋଗୁଁ ଯାତାୟାତ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଏହି କଠୋର ନିଷ୍ପତ୍ତି ନିଆଯାଇଛି। “ଖେଳାଳିମାନଙ୍କ ସୁରକ୍ଷା ସହ ଆମେ କୌଣସି ବୁଝାମଣା କରିପାରିବୁ ନାହିଁ। ସ୍ଥିତି ସ୍ୱାଭାବିକ ହେବା ପରେ ମେ ମାସରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।” ଏସୀୟ ଭାରୋତ୍ତୋଳନ ମହାସଂଘ