ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ପାରାଦ୍ଵୀପରେ ମାଗଣା ସ୍ୱାସ୍ଥ୍ୟସେବା କେନ୍ଦ୍ର

ପାରାଦ୍ଵୀପ ବନ୍ଦର ଲେଡିଜ କ୍ଲବ ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ଅବସରରେ ଶ୍ରୀ ସାଇ ହସ୍ପିଟାଲ ସହଯୋଗରେ ମାଗଣା ସ୍ବାସ୍ଥ୍ୟସେବା କେନ୍ଦ୍ର ଆୟୋଜିତ ହୋଇଯାଇଛି। ପାରାଦ୍ଵୀପ ପୋର୍ଟ କ୍ଲବ ପରିସରରେ ଅନୁଷ୍ଠିତ ଏହି ସ୍ବାସ୍ଥ୍ୟ ଶିବିରରେ ୨୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଚିକିତ୍ସା ଓ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଏହି ଶିବିରରେ ମେଡିସିନ ବିଶେଷଜ୍ଞ, ଦନ୍ତ ବିଶେଷଜ୍ଞ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଯୋଗ ଦେଇ ପାରାଦ୍ଵୀପ ର ବିଭିନ୍ନ ବସ୍ତି ଅଞ୍ଚଳର ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହିତ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। ଏଥିସହିତ ବ୍ଲଡ଼ ପ୍ରେସର ଓ ସୁଗାର ରୋଗର ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥିଲା। କାର୍ଯ୍ୟକ୍ରମ କୁ ଲେଡିଜ କ୍ଲବର ସମ୍ପାଦିକା ଦୀପିକା ବସନ୍ତିଆ ପରିଚାଳନା କରିଥିଲେ।