ଆଜି ବିଶ୍ୱ ପ୍ରସିଦ୍ଧ ଆଦିବାସୀ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି । ଏହି ବିଶ୍ଵ ଆଦିବାସୀ ଦିବସ ରାୟଗଡ଼ା ଜିଲ୍ଲାର ୧୧ ଟି ବ୍ଲକରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ସାରା ବିଶ୍ବରେ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ର ରାୟଗଡ଼ା, ବିଷମକଟକ , ମୁନିଗୁଡା ବ୍ଲକ ଠାରେ ମହା ଆଡମ୍ବରରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି ।
ଏହି ବିଶ୍ଵ ପ୍ରସିଦ୍ଧ ଆଦିବାସୀ ଦିବସରେ ଆଦିବାସୀ ମାନେ ପ୍ରଥମେ ନିଜର ଜଳ , ଜଙ୍ଗଲ, ମାଟି ,ପବନ ର ଅଧିକାରୀ ଆମେ ଆମ ମାଟି ଆମ ମା କୁ ଛାଡ଼ିବୁ ନାହିଁ ବୋଲି ସ୍ଳୋଗାନ ଦେଇ ସହର ପରିକ୍ରମା କରି ନିଜ ପାରମ୍ପରିକ ବାଜା ବଜାଇ ନୃତ୍ୟ ପରିବେଷଣ କରିଥିଲେ ।
ବର୍ଷକୁ ଥରେ ଆସିଥାଏ ଏହି ବିଶ୍ଵ ଆଦିବାସୀ ଦିବସ । ଏହି ବିଶ୍ଵ ଆଦିବାସୀ ଦିବସ ରେ ଆଦିବାସୀ ମାନେ ତାଙ୍କର ପାରମ୍ପରିକ ନୃତ୍ୟ କୁ ସବୁଦିନ ପାଇଁ ବଜାଇ ରଖିବା ପାଇଁ ବିଭିନ୍ନ ଢ଼ଙ୍ଗରେ ନୃତ୍ୟ ପରିବେଷଣ କରି ସଚେତନ କରିବା ସହ ଏହି ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳୁଛି ।