ବିଲ ମଝିରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ରାତିରେ ଭାଡ଼ି ଜଗିବାକୁ ଆସି ଆଉ ଫେରିନଥିଲେ । ପରିବାର ଲୋକେ ସନ୍ଦେହରେ ବିଲକୁ ଆସି ଦେଖିନ୍ତିତ ଭାଡ଼ି ତଳେ ଥିବା ଏକ ଗାଡ଼ିଆରେ ଅଚେତ୍ ଅବସ୍ଥାରେ ପଡ଼ିରହିଥିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଙ୍ଗି ଥାନା ଅଧୀନ ଗେରେଡ଼ା କିୟାଧାର ଅଞ୍ଚଳରେ । ସୂଚନା ପ୍ରକାରେ ଚାଷ ଜମିକୁ ଜଙ୍ଗଲି ଜନ୍ତୁଙ୍କ ପ୍ରାଦୁର୍ଭାବରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଦିନ ରାତିରେ ବିଲକୁ ଭାଡ଼ି ଜଗିବାକୁ ଆସୁଥିଲେ କାହ୍ନୁ । ଗତ ରାତିରେ ମଧ୍ୟ ସବୁଦିନ ଭଳି ଭାଡି ଜଗିବାରୁ ଆସିଥିଲେ କିନ୍ତୁ ସକାଳ ହୋଇଗଲେ କାହ୍ନୁ ଆଉ ଘରକୁ ଫେରିନଥିଲେ । ସନ୍ଦେହ ହେବାରୁ ପରିବାର ଲୋକେ ଦେଖିଥିଲେ ପାଣିରେ କାହ୍ନୁଙ୍କ ଶବ ଭାସୁଛି ।ଏନେଇ ପରିବାର ଲୋକେ ଥାନାକୁ ଖବର ଦେବାପରେ ତାରାସିଙ୍ଗି ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରିବା ସହ ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲକୁ ପଠାଇଛି । ତେବେ କାହୁଁଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି ତେଣୁ ସରକାରି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ଦାବୀ ରହିଛି ।

Leave a Reply

Your email address will not be published. Required fields are marked *