ବିଲାପୁଟ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ସମାପନ

କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଂଚାୟତର ବିଲାପୁଟ ଜଗନ୍ନାଥ ମନ୍ଦିରରେ ସପ୍ତାହବ୍ୟାପୀ ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଛି | ପ୍ରଥମ ପିତାଗୁଡାରୁ ଆଡିଥିବା ଦୁଇ ହଜାର ଲୋକ କଳସ ଯାତ୍ରାରେ ସାମିଲ ହୋଇଥିଲେ | ପ୍ରତିଦିନ ହଜାର ହଜାର ଭକ୍ତଙ୍କ ସମାଗମ ପରେ ସମସ୍ତଙ୍କ ପାଇଁ ଦିବା ରାତ୍ର ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଥିଲା |

ଚତୁର୍ଦ୍ଧାମୂର୍ତ୍ତୀଙ୍କ ସିଂହାସନ ବିଜେ ଦିନ କୋରାପୁଟ ବିଧାୟକ ରଘୁରାମ ମାଛ, ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ପୂର୍ବତନ ବିଧାୟକ ରଘୁରାମ ପଡ଼ାଲ, ପିତମ ପାଢୀ ଉପସ୍ଥିତ ରହିଥିଲେ | ସମାପନ ଦିନ ଜିଲ୍ଲାପାଳ ଭି.କିର୍ତ୍ତୀ ଭାସନ ଯୋଗ ଦେଇଥିଲେ | ଏକ ପାକୃତିକ ପରିବେଶରେ ପାହାଡରେ ଆବୃତ ସ୍ଥାନରେ ମନ୍ଦିର ଦଣ୍ଡାୟମାନ ହୋଇଥିବାବେଳେ ଭକ୍ତ ମାନେ, ଗ୍ରାମବାସୀ ଓ ପ୍ରଶାସନ ସହଯୋଗରେ ମନ୍ଦିର ନିର୍ମାଣ ହୋଇଛି |

ସମସ୍ତେ ମୁକ୍ତ ହସ୍ତରେ ମନ୍ଦିରକୁ ଦାନ କରିବାପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି |

ସମସ୍ତ କାର୍ଯ୍ୟକ୍ରମରେ ଗ୍ରାମବାସୀ ଅକୁଣ୍ଠ ସହଯୋଗ କରିଥିଲେ | ଅନ୍ୟମାନଙ୍କ ମଧ୍ଯରେ ପ୍ରଫୁଲ୍ଲ ପାଂଗୀ,ରାଜେନ୍ଦ୍ର କୁମାର ପାତ୍ର, ଏମ.ଏମ.ଅଗ୍ରୱାଲ, ଶ୍ରୀଯୁକ୍ତ ପାଣି, ଆନନ୍ଦ ପାଟୱାନିଆ, ସ୍ନିଗ୍ଧାରାଣୀ ମିଶ୍ର, ଡକ୍ଟର ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ | ଗ୍ରାମର ମନ୍ଦିର କମିଟି ସମସ୍ତ ଦାୟିତ୍ବ ସୂଚାରୁ ରୂପେ ପାଳନ କରିଥିଲେ |

Leave a Reply

Your email address will not be published. Required fields are marked *