ବିଲରୁ ଏକ ଅଜଣା ଯୁବକର ମୃତଦେହ ଉଦ୍ଧାର |ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା ସିମାନ୍ତ ଜାମଦା ଥାନା ଠାରୁ ମାତ୍ର ୧ କିମି ଦୂର ଵାନ୍ଦଦୁମା ଗ୍ରାମରେ | ଵାନ୍ଦଦୁମା ଗ୍ରାମର ଜଣେ ଚାଷୀ ସକାଳୁ ନିଜ ବିଲକୁ ଚାଷ କାମରେ ଯାଇଥିବାବେଳେ ଏକ ଯୁବକର ମୃତ ଦେହ ପଡ଼ିଥିବା ଗାଁଲୋକଙ୍କୁ ଖବର ଦେଇଥିଲେ | ସେପଟେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଜାରି ରଖିଛନ୍ତି ।
ସୂଚନାଅନୁସାରେ, କଇ଼ଁପୁର ଗ୍ରାମରେ ପାଖାପାଖି ୩ ଦିନ ଧରି ପ୍ରସିଦ୍ଧ ଯନ୍ତାଳ ପର୍ବ ଚାଲୁ ରହିଛି । ମାନସିକଧାରୀ ମାନେ ପଡୋଶୀ ଝାଡଖଣ୍ଡ,ପଶ୍ଚିମବଙ୍ଗ ,ଜାମସେଦପୁର ସମେତ ବିଭିନ୍ନ ଅଂଚଳରୁ ହଜାର ହଜାର ସଂଖ୍ୟାରେ ଆସି ନିଜ ମାନସିକ ପୂରଣ ପାଇଁ ପୂଜାର୍ଚନା କରୁଥିବା ଦେଖିବାକୁ ମିଳିଛି | ତେବେ ବାନ୍ଦଦୁମା ଗ୍ରାମରେ ମଧ୍ୟ ଗତକାଲି ରାତିସାରା ଯାତ୍ରା ଚାଲିଥିଲା । ସ୍ଥାନୀୟ କମିଟି ତରଫରୁ ଯାତ୍ରା ,ମେଳା ମଧ୍ୟ ଆୟୋଜନ କରାଯାଇଛି ।
ତେଣୁ ମେଳା ଦେଖିବାକୁ ଆସିଥିବା କିମ୍ବା ପଡୋଶୀ ଝାଡ଼ଖଣ୍ଡରୁ କେହି ମାରିଦେଇ ଏଠାରେ ଫିଙ୍ଗି ଦେଇ ପାରିଥାନ୍ତି ବୋଲି ସନ୍ଦେହ କରାଯାଉଛି । ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଯଦୁନାଥ ଜେନା ,ଏସଡିପିଓ ଗୋକୁଳାନନ୍ଦ ସାହୁ,ଯାତ୍ରା ଥାନାଧିକାରୀଣୀ ଅନିତା ସ୍ୱାଇଁଙ୍କ ସମେତ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛନ୍ତି । ମୃତ ଯୁବକଙ୍କ ପରିଚୟ ମିଳିନାହିଁ ।