ବିରିପୁଡ଼ା ପାହାଡ଼ ନିକଟସ୍ଥ କପିଳେଶ୍ଵର ମନ୍ଦିରରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

କଳାହାଣ୍ଡି, (ସତ୍ୟ ନାରାୟଣ ମହାନନ୍ଦ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ପଥର୍ଲା ପଞ୍ଚାୟତ ଅଧୀନ ଗୌଡ଼ତୁଳା ଗ୍ରାମ ନିକଟସ୍ଥ ମଣିଭଦ୍ରା ପର୍ବତ( ବିରିପୁଡ଼ା ) ପାଦଦେଶ ରେ ଏକ ଗୁମ୍ଫା ରେ ଆବିର୍ଭାବ ହୋଇଥିବା ଗୁପ୍ତେଶ୍ୱର ବାବା ଙ୍କ ମନ୍ଦିର ରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି | ସେହିପରି ଜୈନିକ ବ୍ୟକ୍ତି ଙ୍କ ଦେହ ରେ ଭଗବାନ ଗୁପ୍ତେଶ୍ୱର, ବିଷ୍ଣୁ, ଚଣ୍ଡୀ ଆବିର୍ଭାବ ହୋଇ ଲୋକଙ୍କ କଷ୍ଟ ଦୂର କରୁଥିବା ବେଳେ ଭକ୍ତ ଙ୍କ ପ୍ରତ୍ୟେକ ମାନସିକ ପୂରଣ ହୋଉଥିବା ଏଠାକୁ ଆସୁଥିବା ଲୋକେ ପ୍ରକାଶ କରିଛନ୍ତି | ତେବେ ପ୍ରତି ସୋମବାର ଶତାଧିକ ମାତ୍ରାରେ ଭକ୍ତ ଙ୍କ ସମାଗମ ହୋଉଥିବା ମନ୍ଦିର ପୂଜକ ମୁକୁନ୍ଦ ମାଝୀ ଏବଂ ମାଳଧର ସାହୁ କୁହନ୍ତି |