ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ

ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ର ଜୟନ୍ତୀ ଦିବସ ଗୁରୁଦିବସ ରୂପେ ପାଳିତ ହୋଇ ଆସୁଛି । ସହରରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଗୁଡିକରେ ଗୁରୁଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଥିଲା । ଛାତ୍ରଛାତ୍ରୀମାନେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଯାଇ ରାଧାକୃଷ୍ଣଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଗୁରୁମାନଙ୍କୁ ଫୁଲଚନ୍ଦନ ଦେଇ ଗୁରୁ ପୂଜା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଓ ନୃତ୍ୟ ଗୀତ ପ୍ରତିଯୋଗିତା କରାଯାଇଥିଲା ।

ସନ୍ତୋଷୀ ଇଂଲିଶ ମିଡ଼ିଅମ ବିଦ୍ୟାଳୟର ସମ୍ପାଦିକା ସୁବାସିନୀ ବଳିୟାରସିଂ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କ ରେ ସୂଚନା ଦେବାସହ ଛାତ୍ର ଛାତ୍ରୀମାନେ ରାଧାକୃଷ୍ଣଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜଣେ ଜଣେ ଭଲ ମଣିଷ ଭାବେ ଗଢି ତୋଳିବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି କମ୍ପୁଟର ସେଣ୍ଟର, ସରସ୍ବତୀ ପାଣିଗ୍ରାହୀ ଶିଶୁଶଂସାର, ଜଗନାଥ ଶିଶୁଵିହାର ସାରସ୍ୱତ ବିଦ୍ୟା ମନ୍ଦିର ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁଦିବସ ପାଳିତ ହୋଇଯାଇଛି ।