ବିବାହର ୧୪ବର୍ଷ ପରେ ସ୍ବାମୀଙ୍କ କଳା କାରନାମା ଆସିଲା ସାମ୍ନାକୁ, ତାପରେ…

ଘରେ ଜଣେ ସ୍ତ୍ରୀ, ଓଡିଶା ବାହାରେ ଆଉ ଜଣେ। ୨୦୦୯ରେ ପ୍ରଥମ ବିବାହ କରି ଦୁଇ ସନ୍ତାନର ଜନକ ହୋଇସାରିବା ପରେ ଦେହ ସୁଖ ମେଣ୍ଟେଇବାର ଇଛା ଥମିନଥିଲା। ତେଣୁ ପୁଣି କରିଥିଲେ ଆଉ ଜଣଙ୍କୁ ବିବାହ। କିନ୍ତୁ ସବୁକିଛି ହୋଇଥିଲା ପରିବାର ଅଜାଣତରେ। ଏମିତି ନବବିବାହିତା ସ୍ତ୍ରୀଙ୍କ ସହ ଦିଲ୍ଲୀରେ ବାବୁ ମୌଜ କରିବାର ୩ ବର୍ଷ ପରେ ସତ ଆସିଲା ପ୍ରଥମ ସ୍ତ୍ରୀଙ୍କ ଗୋଚରକୁ। ଯାହାକୁ ନେଇ ଏବେ ପରିବାରରେ ଦେଖାଦେଇଛି ଝଡ। ସ୍ବାମୀଙ୍କ ପ୍ରତାରଣାରେ ଭାଙ୍ଗିପଡିଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ସଙ୍ଗୁଅ ଗ୍ରାମର ପ୍ରେମାନନ୍ଦ ଷଡ଼ଙ୍ଗୀଙ୍କୁ ବିବାହ କରିଥିବା ପ୍ରଥମ ପତ୍ନୀ ମଧୁସ୍ମିତା ଷଡଙ୍ଗୀ। ପ୍ରେମାନନ୍ଦ ଦିଲ୍ଲୀରେ ରହୁଥିବା ବେଳେ ପିଲାଙ୍କ ପାଠପଢା ପାଇଁ କଟକରେ ବାପଘରେ ରହିଆସୁଥିଲେ ମଧୁସ୍ମିତା ।

ସ୍ବାମୀଙ୍କ ସହ ନିୟମିତ ଯୋଗାଯୋଗ ରହିଥିଲା। ଶ୍ବଶୂର ଘରର ତାଙ୍କ ସହ, ତାଙ୍କ ବାପଘର ସହ ମଧ୍ୟ ଥିଲା ସୁ ସମ୍ପର୍କ। ବିବାହ ପରଠାରୁ ବିଭିନ୍ନ ସମୟରେ ଲକ୍ଷ ଲକ୍ଷ ଟଙ୍କା ପ୍ରୋମାନନ୍ଦଙ୍କୁ ଦେଇଛନ୍ତି ମଧୁସ୍ମିତାଙ୍କ ବାପଘର ଲୋକେ। ସ୍ବାମୀଙ୍କ ଉପରେ ମଧୁସ୍ମିତାଙ୍କର ଥିଲା ଅତୁଟ ବିଶ୍ବାସ। ତେଣୁ କେବେ ସ୍ବାମୀଙ୍କ ହାବଭାବ ଉପରେ ସେ ସନ୍ଦେହ କରିନାହାନ୍ତି। କିନ୍ତୁ ସବୁ ବିଶ୍ବସରେ ସ୍ବାମୀ ବିଷ ଦେଇ ତିନି ବର୍ଷ ହେବ ତାଙ୍କୁ ଅନ୍ଧାରରେ ରଖିବା ପରେ ଗତ ଜନ୍ମାଷ୍ଟମୀରେ ପ୍ରେମାନନ୍ଦଙ୍କ ଦ୍ବିତୀୟ ପତ୍ନୀ ଏକ ଫଟୋ ମଧୁଙ୍କୁ ପଠା ଉଠାଇଥିଲେ ଗୁପ୍ତ ବିବାହ ଉପରୁ ପରଦା। ଆଉ ମଧୁଙ୍କ ପାଦ ତଳୁ ଯେମିତି ଖସିଯାଇଥିଲା ମାଟି। ସେ ଏବେ କଣ କରିବେ, ଦୁଇ ପିଲାଙ୍କୁ ନେଇ କେମିତି ଚଳିବେ ସେଇ ଚିନ୍ତା ତାଙ୍କୁ ଘାରୁଛି।

ଏହା ଜାଣିବା ପରେ ଯାଜପୁର ବରୀ ରାମଚନ୍ଦ୍ର ପୁରୁ ଥାନାରେ ଏକ ଲେଖିତ FIR ଦେବା ସହ ଶାଶୁଘରେ ଥିବା ନିଜ ସବୁ ଜିନିଷ ନେବାକୁ ବାପା ମାଙ୍କ ସହ ପହଞ୍ଚିଥିଲେ। ସେପଟେ ଝିଅର ଏପରି ସ୍ଥିତିରେ ବୃଦ୍ଧ ବାପା ମା ମଧ୍ୟ ଭାଙ୍ଗିପଡିଛନ୍ତି। ମା ଝିଅ ଓ ନାତି ନାତୁଣିଙ୍କ ଭବିଷ୍ୟତକୁ ନେଇ ସନ୍ଦିହାନ ହୋଇଉଠୁଛନ୍ତି।

ସେପଟେ ପ୍ରେମାନନ୍ଦଙ୍କ ଏପରି କଳାକରାନାମା ସମ୍ମୁଖକୁ ଆସିବା ପରେ ତାଙ୍କ ଭାଉଜ ମଧ୍ୟ ରାଗଜର୍ଜରିତ ହୋଇଉଠିଛନ୍ତି। ତାଙ୍କ ସ୍ବାମୀଙ୍କୁ ଠକି ଦିଅରେ କଟକରେ ଜାଗାବାଡି କରିଛି। ଏବେ ଆଉ ଏକ ବିବାହ କରିବା ତାଙ୍କ ମନରେ ଆଘାତ ଦେଇଛି। ତେଣୁ ସେ ଦିଅର ପ୍ରେମାନନ୍ଦଙ୍କ ଚଞ୍ଚକତାର ଭରଣା ପାଇଁ ନ୍ୟାୟ ଭୀକ୍ଷା କରିଛନ୍ତି। ଅନ୍ୟପଟେ ବାପା ଜ୍ବାଇଁର ବିଶ୍ବାସଘାତକତା ପାଇଁ ଉଚିତ ଶିକ୍ଷା ଦେବାକୁ ଚାହୁଁଛନ୍ତି

ମଧୁସ୍ମିତା ବରୀ ପୋଲିସ ଉପସ୍ଥିତିରେ ପ୍ରେମାନନ୍ଦଙ୍କ ଘରେ ପହଞ୍ଚି ସବୁ ଯୌତୁକ ଜିନିଷ ନେଇଛନ୍ତି। ତେବେ ଏହି ଘଟଣା ସାର୍ବଜନୀନ ହେବା ପରେ ପ୍ରେମାନନ୍ଦଙ୍କ ଏପରି କେଳେଙ୍କାରୀକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଲୋକେ ପ୍ରେମାନନ୍ଦଙ୍କୁ ଛି ଛାକର କରୁଛନ୍ତି।

Leave a Reply

Your email address will not be published. Required fields are marked *