ବିବାହର ବର୍ଷକରେ ନବବଧୂ ହତ୍ୟା ଅଭିଯୋଗ, ଥାନାରେ ମାମଲା

ବାପା ମାଆଙ୍କ ବୁକୁଫଟା ଚିତ୍କାର। ୩ ଲକ୍ଷ ଟଙ୍କାରୁ ୫୦ ହଜାର ଦେଇନଥିଲି ବୋଲି ବର୍ଷକରେ ଝିଅକୁ ମୋର ମାରିଦେଲେ। ବୁଢା ବୁଢୀଙ୍କ କାନ୍ଦରେ ଫାଟି ପଡୁଛି ଅଞ୍ଚଳ। ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲା ଦଶରଥପୁର ଥାନା କେରୁଣା ଅଂଚଳରେ । ଦଶରଥପୁର ବ୍ଲକ କେରୁଣା ଗ୍ରାମର ଉପେନ୍ଦ୍ର ସେଠୀଙ୍କ ବୋହୂ ତଥା କେନ୍ଦ୍ରାପଡା ଆଳି ଥାନା ଅଧୀନ ପାଲିମି ଗାଁର ମେଘନାଥ ସେଠୀଙ୍କ ଝିଅ ସାଗରିକା ସେଠୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଝିଅକୁ ଶ୍ବଶୁର ଘର ଲୋକେ ମାରି ଟାଙ୍ଗି ଦେଇଥିବା ଅଭିଯୋଗ କରୁଛନ୍ତି ମେଘନାଥଙ୍କ ପରିବାର। ସେପଟେ ଖବର ପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା କହିଛନ୍ତି ଆଇଆଇସି।

ସୂଚନାଯୋଗ୍ୟ, ବର୍ଷେ ତଳେ ସାଗରିକାଙ୍କର ବିବାହ ମନୋରଞ୍ଜନ ସେଠୀଙ୍କ ସହ ବୈଦିକରୀତିରେ ହୋଇଥିଲା। କିନ୍ତୁ ଝିଅ ବାପ ଘର ଲୋକଙ୍କୁ ଫୋନ କରି ତା ପ୍ରତି ଅତ୍ୟାଚାର ହେଉଥିବା କହୁଥିଲେ ବୋଲି ବାପ ଘର ପକ୍ଷରୁ ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *