ବିଧାୟକ ଆକାଶ ଦାସ ନାୟକ ଙ୍କ ଜନ୍ମଦିନ ଉପଲକ୍ଷେ ନିଜେ ବିଧାୟକ ନିଜ ସମର୍ଥକ ମାନଙ୍କ ସହିତ ମେଡିକାଲ ରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିବା ସହିତ କୋରେଇ ଖୋରସ୍ରୋତା ମଣ୍ଡଳ ତରଫରୁ ଆୟୋଜିତ ପାଣିକୋଇଲି ସ୍ଥିଥ ଶେଷ ପରିଚୟ ବୃଦ୍ଧା ଶ୍ରମ ରେ ଅନ୍ତେବାସୀ ଙ୍କୁ ବସ୍ତ୍ର ଓ଼ ମିଷ୍ଟାନ ବଣ୍ଟନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ. ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ମେଡିକାଲ ଅଫିସର ପ୍ରସଂଜିତ କର ଙ୍କ ଦ୍ଵାରା ଆୟୋଜିତ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ରେ ମଧ୍ୟ ସାମିଲ ହୋଇଥିଲେ ବିଧାୟକ.ଏଥିସହିତ ତୁଳତୀ ପଞ୍ଚାୟତ ର ବିଭିନ୍ନ ସ୍ଥାନ ରେ ପୂର୍ବତନ ସରପଞ୍ଚ ଦିପ୍ତିମୟୀ କୁଅଁର ଙ୍କ ସହଯୋଗ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା.ବିଧାୟକ ମଧ୍ୟ କୋରେଇ ର ସମସ୍ତ ଦେବ ଦୁର୍ଲଭ କର୍ମକର୍ତା ମାନଙ୍କୁ କୃତଜ୍ଞନ୍ତା ଜଣାଇଥିଲେ.