ବିଧାନସଭା ନେତାଙ୍କ ଜନ୍ମଦିନ ଅବସରରେ ବିଶାଳ ରକ୍ତଦାନ ଶିବିର

ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାସୁଦେବପୁର ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତିଙ୍କ ଜନ୍ମଦିନ ଅବସରରେ ସମସ୍ତ ମଣ୍ଡଳ ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କ ମିଳିତରେ ଆୟୋଜନ ହୋଇଯାଇଛି ବିଶାଳ ରକ୍ତ ଦାନ ଶିବିର ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ।

ବାସୁଦେବପୁର ନୀଳମଣି ଟାଉନ ହଲ ପରିସରରେ ରକ୍ତଦାନ ଶିବିର ଆୟୋଜନ ହେବା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଫଳବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଜିଲ୍ଲା ସଭାପତି ଭଗବାନ ପଣ୍ଡା ଓ ବିଧାନସଭା ନେତା ବାଣୀକଲ୍ୟାଣ ମହାନ୍ତି ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେ ନିଜେ ରକ୍ତଦାନ କରିବା ସହ ଆଜିର ଯୁବ ସମାଜ ନିଜ ନିଜର ଜନ୍ମଦିନରେ ରକ୍ତଦାନ ଭଳି ମହତ୍ କାର୍ଯ୍ୟ କରିବାକୁ ଆହ୍ବାନ କରିଛନ୍ତି।