ବିଦ୍ୟୁତ୍ ଆଘାତରେ ମୃତ୍ୟୁ ସନ୍ଦେହ

ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପରୁ ଜଣେ ନାବାଳକର ମୃତଦେହ ଉଦ୍ଧାର । ମୃତକ ହେଲେ ବିଲେଇପଦା ମୁଣ୍ଡା ସାହିର ଗୋବିନ୍ଦ ବବୋଙ୍ଗାଙ୍କ ୭ ବର୍ଷର ପୁଅ ଅରୁଣ ବବୋଙ୍ଗା । ଏହି ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରର ଛାତ ଉପର ଦେଇ ପାଖ ଦୋକାନକୁ ବିଦ୍ୟୁତ୍ ତାର ସଂଯୋଗ ଯାଇଥିବାବେଳେ ନା’ବାଳକର ମୃତ ଦେହ ବିଦ୍ୟୁତ୍ ତାର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି । ତେଣୁ ଇଲେକ୍ଟ୍ରି କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଖବର ପାଇ ଯୋଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ କହିଛି ।