ବିଜୟୀ ପ୍ରତିଯୋଗୀଙ୍କୁ ମିଳୁନି ପୁରସ୍କାର

ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାକୁ କାରଣ ନଦର୍ଶାଇ ବାତିଲ କରିଥିବାରୁ ବିଜୟୀ ପ୍ରତିଯୋଗୀଙ୍କ ପ୍ରତିବାଦ

୭୭ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ନିର୍ଦ୍ଧାରିତ ତାରିଖ ଅନୁଯାୟୀ, ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ମହାବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତା ହୋଇଥିଲା । ପ୍ରବନ୍ଧ, ବକ୍ତୃତା, ସଂଗୀତ ପ୍ରତିଯୋଗୀତାରେ ଭାଗ ନେଇ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୨୦ ଜଣ ଛାତ୍ରୀ ବିଜୟୀ ହୋଇଥିଲେ । ହେଲେ କୌଣସି ବିଶେଷ କାରଣ ନଦର୍ଶାଇ ପୁନଃ ପ୍ରତିଯୋଗୀତା କରିବାକୁ ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିଠି କରିଛନ୍ତି । କମିଟି ତରଫରୁ କୁହାଯାଉଛି, ଅଧିକାଂଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନଥିଲେ ।

ତେଣୁ ଆଉଥରେ ଏହି ପ୍ରତିଯୋଗୀତା କରାଯାଉଛି । କିନ୍ତୁ ଉପଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ନିଷ୍ପତ୍ତି ହୋଇଥିଲା ଅନ୍ୟୁନ ୫ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶ ଗ୍ରହଣ ନକଲେ ପ୍ରତିଯୋଗିତା ବାତିଲ କରାଯିବ । ହେଲ ୮ ଜଣ ପ୍ରତିଯୋଗି ଏଥିରେ ଅଂଶଗ୍ରହଣ କରିଥିବା କହିଥିଲେ । ଏହାକୁ ନେଇ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ମହାନ୍ତିଙ୍କୁ ଜଣାଇଲେ ମଧ୍ୟ କୌଣସି ଉତ୍ତର ମିଳିନାହିଁ । ଏହାପରେ ଛାତ୍ରଛାତ୍ରୀ ମାନେ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ । ଏହାପରେ ଉପଜିଲ୍ଲାପଳ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିଷ୍ପତ୍ତିକେ ସମ୍ମତି ପ୍ରକାଶ କରିଥିଲେ । ଯାହାକୁ ନେଇ ପ୍ରତିଯୋଗିଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *