ବିଜୟପରେ ମୁଖ୍ୟମନ୍ତ୍ରୀଙ୍କ ବଡଘୋଷଣା

ବାରବାଟୀରେ ଭାରତର ବଡ ବିଜୟ |୧୦୧ ରନ୍ ରେ ଦକ୍ଷିଣ-ଆଫ୍ରିକା କୁ ହରାଇଲା ଭାରତ |କଟକ ବାରବାଟୀ ଷ୍ଟାଡିୟମ୍ ରେ ମଙ୍ଗଳବାର (ଡିସେମ୍ବର ୯) ଦିନ ଭାରତ ଓ ଦକ୍ଷିଣ-ଆଫ୍ରିକା ମଧ୍ୟରେ ପ୍ରଥମ T – 20 ମ୍ୟାଚ ଅନୁଷ୍ଠିତ ହୋଇଥିଲା | ଯେଉଁଥିରେ ଭାରତୀୟ ଦଳ ନିଜର ଦମଦାର ପ୍ରଦର୍ଶନ କରିଥିଲା |

ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ପାଇଁ ୧୭୬ ରନ୍ ଟାର୍ଗେଟ୍ ଦେଇଥିଲା।ପରେ ୧୭୬ ରନ୍‌ ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସି ପ୍ରଥମ ଓଭରରୁ ହିଁ ୱିକେଟ ହରାଇବା ଆରମ୍ଭ କରିଥିଲା ଦକ୍ଷିଣ ଆଫ୍ରିକା । ପ୍ରଥମ ଓଭର ଅର୍ଶଦୀପ ସିଂ କ୍ୱିଣ୍ଟନ ଡିକକ୍‌ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ । ଏହାପରେ ଦକ୍ଷିଣ ଆଫ୍ରିକାର କୌଣସି ବ୍ୟାଟରଙ୍କୁ ପିଚ୍‌ରେ ସମୟ ବିତାଇବାକୁ ଦେଇନଥିଲେ ଭାରତୀୟ ବୋଲର ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ଟିମ ଭାରତୀୟ | । ମାତ୍ର ୫ ରନ୍ ଦଳୀୟ ସ୍କୋର୍‌ରେ ଶୁବମନ ଗିଲ ଆଉଟ ହୋଇ ପାଭେଲିୟନ ଫେରିଥିଲେ । ଅଭିଶେଷ ଶର୍ମା କିଛିଟା ବଡ଼ ସଟ୍‌ ଖେଳିଥିଲେ ମଧ୍ୟ ବଡ଼ ସ୍କୋର୍‌ କରିପାରିନଥିଲେ ।ଏହି ସମୟରେ ପିଚ୍‌କୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଗୋଟିଏ ପରେ ଗୋଟିଏ ୱିକେଟ ଭାରତ ହରାଉଥିବା ବେଳେ ଏକାକୀ ଦଳୀୟ ସ୍କୋର୍‌କୁ ଆଗକୁ ବଢ଼ାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ୨୮ଟି ବଲ୍‌ର ୪ଟି ଛକା ଓ ୬ଟି ଚୌକା ବଳରେ ୫୯ ରନ୍‌ କରିଥିଲେ । ଯାହାଫଳରେ ଟିମ୍‌ ଇଣ୍ଡିଆର ଦଳୀୟ ସ୍କୋର୍‌ ୬ ୱିକେଟ ବିନିମୟରେ ୧୭୫ ରନ୍‌ରେ ପହଞ୍ଚିଥିଲା ।

ବାରବାଟୀରେ ବଡ଼ ବିଜୟ ସହ ଭାରତୀୟ ଖେଳାଳିମାନେ ଏହି ମ୍ୟାଚ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଏହାକୁ ନେଇ ଦର୍ଶକଙ୍କ ଖୁସି କହିଲେ ନସରେ | ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏପରି ଶକ୍ତି ପ୍ରଦର୍ଶନକୁ ନେଇ ପୁରା ଷ୍ଟାଡିୟମ୍ ରେ ହାର୍ଦ୍ଦିକଙ୍କ ନାଁର କମ୍ପି ଉଠିଥିଲା |

ଏହା ପରେ ବାରବାଟୀରେ ସିଟ୍ ବଢ଼ିବା ନେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ବଡ ଘୋଷଣା । ବାରବାଟୀରେ ବଢ଼ିବ ସିଟ୍, ଷ୍ଟାଡିୟମର ହେବ ଉନ୍ନତି । ଟିମ୍ ଇଣ୍ଡିଆର ଦମଦାର ବିଜୟ ପରେ ଖୁସି ଖବର ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ଆଜିର ମ୍ୟାଚ୍ ବହୁତ ଉତ୍କଣ୍ଠା ପୂର୍ଣ୍ଣ ଥିଲା । ଏଥର ବାରବାଟୀରେ ମ୍ୟାଚ୍ ପରିଚାଳନା ବହୁତ ଭଲ ଭାବରେ ହୋଇଥିଲା ।ଏଥିପାଇଁ ପରିଚାଳନା ଦାୟିତ୍ୱରେ ଥିବା ସଂସ୍ଥା, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍, ସହଯୋଗ କରୁଥିବା ପ୍ରଶାସନିକ ଟିମ୍, ପୁରା ପୋଲିସ ପ୍ରଶାସନ ଓ ଏଥିରେ ସାମିଲ ଅନ୍ୟ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା ମଧ୍ୟ କରିଥିଲେ । ଆଗକୁ ଷ୍ଟାଡିୟମ୍‌ରେ ଆହୁରି ମ୍ୟାଚ୍ ହେବ । ସେସବୁର ପରିଚାଳନାକୁ ଅଧିକ ଉନ୍ନତ କରାଯିବ ବୋଲି ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।