ବିଜେପିରେ ମିଶିଲେ ୫୦ରୁ ଅଧିକ ସରପଞ୍ଚ ଓ ସମିତି ସଭ୍ୟ

ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ର ଚମାଖଣ୍ଡିରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବରେ ଟାଙ୍ଗଣା ପଲି ସରପଞ୍ଚ ବି.ସୁଦାମ, ସମିତି ସଭ୍ୟା ମୀନା କୁମାରୀ ସାହୁଙ୍କ ସମେତ ବହୁ ବିଜେଡି, କଂଗ୍ରେସ, ସିପିଆଇ ରୁ ଶତାଧିକ ନେତା ଓ କର୍ମୀ ବିଜେପିରେ ଯୋଗ ଦେଇଛନ୍ତି । ଚମାଖଣ୍ଡି ସ୍ଥିତ ଟାଙ୍ଗଣା ପଲି ପଡିଆଠାରେ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସହ ସହ ନେତା ଓ କର୍ମୀ ଯୋଗଦେଇଛନ୍ତି ।

ଏହି ମିଶ୍ରଣ ପର୍ବରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବ୍ଲକ୍ ଉପାଧ୍ୟକ୍ଷା ଏସ ସାରଦା ରେଡ୍ଡୀ, ପଦ୍ମ ଚରଣ ସାହୁ, ଜ୍ୟୋତି ରଞ୍ଜନ ସାହୁ, ଏମ ପି ପ୍ରତିନିଧି ସନ୍ତୋଷ ରେଡ୍ଡୀ ଙ୍କ ସମେତ ବହୁ ରାଜନେତା ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ମଣ୍ଡଳ ସଭାପତି ସମ୍ପଦ ନାହାକ, ଏଥିରେ ଅଧ୍ୟକ୍ଷତା କରିଥିଲେ ।