ବ୍ୟାସନଗର ସହର ର ବିକାଶ ରେ ବାଧକ ସାଜୁଛି ବିଜେଡି । ବିଜେଡି ପାଇଁ ବ୍ୟାସନଗର ସହର ଏବେ କୋମା ସ୍ଥିତି ରେ ଗତିକରୁଥିବା ଦେଖିବାକୁ ମିଳୁଛି । ସହର ର ସବୁ ଉନ୍ନୟନ ମୂଳକ କାର୍ଯ୍ୟ ଏବେ ଠପ ହେବାକୁ ବସିଲାଣି । ପୌରକାର୍ଯ୍ୟଳୟ ରେ ଟଙ୍କା ଗଛିତ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟ ରେ ଲାଗିପାରୁନାହିଁ । ସହର ରେ ଏବେ ବିଭିନ୍ନ ପ୍ରକାର ସମସ୍ୟା ବଢ଼ିବାରେ ଲାଗିଛି । ନାହିଁ ନାହିଁ ରେ ଚାଲିଛି ପୌର ପ୍ରଶାସନ । ୨୪ ବର୍ଷ ଶାସନ ରେ ସହର ର ବିକାଶ ତ ଦୂରର କଥା ସହର ବାସି ଙ୍କ ନିକଟରେ ତାଙ୍କର ମୌଳିକ ସୁବିଧା ପହଂଚିପାରିନାହିଁ । ବିଜେଡି ର ଅନାସ୍ଥା ଖେଳ ବ୍ୟାସନଗର ପାଇଁ କାଳ ହୋଇଯାଇଛି । ଦୀର୍ଘ ବର୍ଷ କ୍ଷମତା ରେ ରହିଥିବା ସରକାର ଏବେ ଅସ୍ଥିରତା ଆଡକୁ ଗତିକରୁଛି । ଯାଜପୁର ଶକ୍ତି ବ୍ୟାସନଗର କୁ ଶ୍ରୀହୀନ କରିବାରେ ଷଡଯନ୍ତ୍ର ରଚିଛନ୍ତି । କିଛି ମୁଷ୍ଟିମେୟ ଲୋକମାନଙ୍କ ପାଇଁ ବ୍ୟାସନଗର ସହର ର ବିକାଶ ରେ ଆଜି ବାଧା ସୃଷ୍ଟି ହେଉଛି । ସହର ର ଏଭଳି ଅବହେଳିତ ଅବସ୍ଥା ପାଇଁ ବିଜେଡି ହିଁ ମୁଖ୍ୟ ଦାଈ ବୋଲି ଆଜି ବ୍ୟାସନଗର ର ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମୀ ମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି.ସେମାନଙ୍କ ର କହିବା ଅର୍ଥ ବ୍ୟାସନଗର କୁ ଅବହେଳା କରି ସହର ରେ ଖର୍ଚ୍ଚ ହେବା ପାଇଁ ଆସୁଥିବା CSR ଓ DMF ଫଣ୍ଡ କୁ ଅନ୍ୟ ସହର ରେ ନିୟୋଜିତ କରାଯାଉଛି । ଏହା ସହର ବାସି ଙ୍କ ପାଇଁ ଦୁର୍ଭାଗ୍ୟ ଜନକ କଥା ବୋଲି ବିଜେପି କର୍ମୀ କହିଛନ୍ତି । ବିଜେପି ର ବିକାଶ କୁ ରୋକିବା ପାଇଁ ବ୍ୟାସନଗର ବିଜେଡି ପୌରପ୍ରଶାସନ କୁ ଅଚଳ କରିଦେଇଛି । ଯାହାକୁ ନେଇ ବିଜେପି ଆଗାମୀ ଦିନ ରେଏହାର ସମାଧାନ ନ ହେଲେ ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛି ।