ରାଜ୍ୟରେ ବିଜେପି ସରକାର ଆସିବା ପରେ ଦିନକୁ ଦିନ ବିଜେଡି ଗଡ ଭାଙ୍ଗୁଥିବା ବେଳେ,ଆଜି ବସ୍ତା ନିର୍ବାଚନ ମଣ୍ଡଳୀ ର ବାଲିଆପାଳ ବ୍ଲକର ଅସ୍ତି ଗ୍ରାମପଞ୍ଚାୟତ ବିଜେଡି ସମିତି ସଭ୍ୟା ହରପ୍ରୀୟା ପାତ୍ର ତଥା ତାଙ୍କର ସମର୍ଥକଙ୍କ ସହ ବିଜେଡି ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି। ତେବେ ବିଜେଡିରେ କାମ କରିବାର ସୁଯୋଗ ମିଳୁନଥିବାରୁ ସମିତି ସଭ୍ୟଙ୍କ ସ୍ବାମୀ କାର୍ତୀକ ପାତ୍ର କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେପିରେ ସାମିଲ୍ ହୋଇଥିବା କହିଛନ୍ତି।
ତେବେ ସମିତି ସଭ୍ୟା ହରପ୍ରୀୟା ପାତ୍ର, ତାଙ୍କର ସ୍ବାମୀ କାର୍ତୀକ ପାତ୍ର ସମେତ ବିଜେଡି ଛାଡିବା ଫଳରେ ଅସ୍ତି ପଞ୍ଚାୟତ ତଥା ବାଲିଆପାଳ ବ୍ଲକ ରେ ଏହାର ପ୍ରଭାବ ବିଜେଡି ଉପରେ ପଡିବା ନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ବିଜେପି ସରପଞ୍ଚ ପ୍ରତିନିଧି ନେତା ହେମନ୍ତ ଦାସ, ରବିନ୍ଦ୍ରନାଥ ଅଣ୍ଡିଅ, ଲକ୍ଷ୍ମୀଧର ପ୍ରଧାନ,ଅନ୍ତବିଶ୍ଵଳ,କନାଲ,ମଣ୍ଡୁ ପଣ୍ଡା,ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟରେ ଡବଲ ଇଂଜିନ ସରକାର ଆସିଥିଲା ବେଳେ ପଂଚାୟତ ଦଖଲ କଲେ ତ୍ରିପଲ ଇଂଜିନ ସରକାର ହେବ ବୋଲି କହିଛନ୍ତି। ଏହା ଦ୍ୱାରା ବିକାଶ ଆହୁରି ଦ୍ରୁତ ଗତିରେ ହେବ ବୋଲି ଛାମୁଆ ନେତା ମାନେ ନିଜର ବକ୍ତବ୍ୟ ରଖି ଥିଲେ। ତେବେ ଆଗକୁ ବ୍ଳକରେ ବିଭିନ୍ନ ପଂଚାୟତରେ ସରପଞ୍ଚ ନିର୍ବାଚନ ରହିଥିବା ବେଳେ ବିଜେପି ଏଥିରେ କିଭଳି ନିଜ ସପକ୍ଷ ପ୍ରାଥୀଙ୍କୁ ଜିତାଇବ ସେ ନେଇ ଭୋଟର ମାନଙ୍କୁ ଏକ ହୋଇ ଲଡିବାକୁ କହିଛନ୍ତି। ଯଦି ସମସ୍ତ କର୍ମୀ ଏକ ହୋଇ ଏହି ପଂଚାୟତ ଉପ ନିର୍ବାଚନରେ ବିଜୟୀ ହୁଅନ୍ତି ତାହାଲେ ଆଗାମୀ ଦିନରେ ହେବାକୁ ଥିବା ପଂଚାୟତ ନିର୍ବାଚନରେ ଦଳ ତ୍ରିପଲ ଇଂଜିନ ସରକାର ଗଡ଼ିବାରେ ସଫଳ ହେବ ବୋଲି କହିଥିଲେ।