ବିଜୁ ଲିଗାସିକୁ ନେଇ ରାଜନୀତିକ ତୁଫାନର ଆଭାସ, ଟେନ୍ସନ୍ ରେ ତିନି ଦଳ

ଭୁବନେଶ୍ୱରରେ “ବିଜୁ ଲିଗାସି” କାର୍ଯ୍ୟକ୍ରମକୁ ନେଇ ରାଜନୀତିକ ମହଳରେ ଏବେ ଚର୍ଚ୍ଚା ଜୋର ଧରିଛି। ୧୭ ତାରିଖରେ ଓୟୁଏଟି ସମ୍ମିଳନୀ କକ୍ଷରେ ହେବାକୁ ଥିବା ଏହି ସମାବେଶକୁ କେବଳ ଏକ ସୃତି ସଭା ଭାବେ ଦେଖାଯାଉନାହିଁ । ବରଂ ଆଗାମୀ ରାଜନୀତିକ ଚିତ୍ରକୁ ଗଢ଼ିବାର ଏକ ମଞ୍ଚ ଭାବେ ଦେଖାଯାଉଛି । ବିଜୁବାବୁଙ୍କୁନେଇ କେବେଳ ରାଜ୍ୟର ନୁହେଁ ବରଂ କେନ୍ଦ୍ର ରାଜନୀତି ମଧ୍ୟ ବେସ ସରଗରମ ହୁଏ । କିନ୍ତୁ ଏଥର ବିଜୁ ଲିଗାସିକୁ ନେଇ ସେମିତି କିଛି ଚର୍ଚ୍ଚା ରାଜ୍ୟ ରାଜନୀତିରେ ଏକ ଭୂମୀକମ୍ପ ସୃଷ୍ଟିକରିପାରେ । କାରଣ ସମାବେଶ ପୂର୍ବରୁ ହୋଇଥିବା ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କେବଳ ବିଜେଡିରେ କମ୍ପନ ସୃଷ୍ଟିକରିବ ତା ନୁହେଁ ବରଂ ଉଭୟ ସରକାରୀ ଦଳ ବିଜେପି ଏବଂ ବିରୋଧି କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ, ଏଥିରେ କୌଣସି ଦ୍ବିମତ ନାହିଁ ।

xr:d:DAFgE6CPdkc:4,j:2723281809,t:23041413

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ଉପସ୍ଥିତି ଏହି ବୈଠକକୁ ଆହୁରି ଗୁରୁତ୍ବର କରିଛି । ସମାବେଶରେ ବିଜୁପଟ୍ଟନାୟକଙ୍କ ଅବଦାନକୁ ନେଇ ଆଲୋଚନା ହେବାକୁ ଥିବାବେଳେ, ଏହା ପଛରେ ରାଜନୀତିକ ମେସେଜ୍‌ ରହିଥିବାକୁ ନେଇ ଅନେକ ଆକଳନ କରିଛନ୍ତି । ବିଶେଷକରି ଯୁବପିଢି ଓ ବିଜୁ ପ୍ରେମୀମାନଙ୍କୁ ଏକ ପ୍ଲାଟଫର୍ମରେ ଆଣିବାର ପ୍ରୟାସ ବୋଲି କୁହାଯାଉଛି । ଏହି ମଞ୍ଚ ମାଧ୍ୟମରେ ଏକ ନୂଆ ରାଜନୀତିକ ବିକଳ୍ପ କିମ୍ବା ଚିନ୍ତାଧାରା ଆସିପାରେ ବୋଲି କିଛି ବିଶ୍ଳେଷକ ମନେ ମତ ରଖିବା ଆରମ୍ଭ କରିସାରିଲେଣି ।

ଅନ୍ୟପଟେ ବିଜୁଜନତା ଦଳ ପାଇଁ ଏହା ଚ୍ୟାଲେଞ୍ଜ ହୋଇପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି। ବିଜୁ ବାବୁଙ୍କ ନାମ ଓ ଲେଗାସିକୁ ନେଇ ଯଦି ନୂଆ ଭାବେ ରାଜନୀତିକ ଚର୍ଚ୍ଚା ଆରମ୍ଭ ହୁଏ, ତେବେ ଏହା ବର୍ତ୍ତମାନର ରାଜନୀତିକ ସମୀକରଣକୁ ପ୍ରଭାବିତ କରିପାରେ। ବିଶେଷକରି “ଭାରତରତ୍ନ” ଦାବି ପୁଣିଥରେ ଆଗକୁ ଆସିଲେ, ଏହା ଭାବନାତ୍ମକ ଓ ରାଜନୀତିକ ଦୁହିଁ ପକ୍ଷରେ ପ୍ରଭାବ ପକାଇ ପାରେବୋଲି କହିପାରିବା ।

“ବିଜୁ ଲିଗାସି” କାର୍ଯ୍ୟକ୍ରମ କେବଳ ସୃତିକୁ ଉଜାଗର କରିବା ନୁହେଁ, ଆଗାମୀ ରାଜନୀତି ପାଇଁ ଏକ ସଙ୍କେତ ଭାବେ ମଧ୍ୟ ଦେଖାଯାଉଛି । ଏହାର ପ୍ରଭାବ କେତେ ଦୂର ଯିବ ଓ ରାଜ୍ୟର ରାଜନୀତିକ ଦିଗକୁ କେତେ ଦୂର ପରିବର୍ତ୍ତନ କରିପାରିବ ତାହା ରଉପରେ ରହିଛି ଏବେ ସମସ୍ତଙ୍କ ନଜର ।