ବିଚ୍ଛାକୁଣ୍ଡି ୟୁଥ କ୍ଲବର ୧୬ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଯୋଡା ପୌରାଞ୍ଚଳର ୧୪ ନମ୍ବର ୱାର୍ଡ ବିଚାକୁଣ୍ଡି ଠାରେ ୟୁଥ କ୍ଲବ୍ ପଷରୁ ଦିନି କିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୦ଟି ଦଳ ଯୋଗ ଦେଇଥିଲେ l ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଟାଟା ଷ୍ଟିଲ ମାଙ୍ଗାନିଜ ବିଭାଗ ରାଜେଶ଼ ରଂଜନ ଯୋଗ ଦେଇଥିଲେ ।

ଏହା ସହିତ ବିଚାକୁଣ୍ଡି କାଉନସିଲର ପ୍ରମୋଦ କୁମାର ବେହେରା ଯୋଗ ଦେଇ ଫୁଟବଲ ଖେଳର ମହତ୍ୱ ଉପରେ ବିବରଣୀ ଦେଇଥିଲେ l

୧୦ଟି ଟିମ୍ ଅଂଶ ଗ୍ରହଣ କରିଛନ୍ତି | ସେଥିମଧ୍ୟରୁ ୪ଟି ଟିମ୍ ସେମିଫାଇନାଲ଼ ଯାଇଥିଲେ | ସେଠାରୁ ୨ଟି ଦଳ ଫାଇନାଲ଼ ଯାଇଥିଲେ କେଥ୍ ହାଟିଙ୍କ୍ A କେଥି ହାଟିଙ୍କ୍ B ଦୁଇ ଦଳମଧ୍ୟରେ ଖେଳ ଚାଲିଥିଲା |

୨ଟି ଦଳ ମଧ୍ୟରେ ଖେଳ ବିଜେତା କେଥ୍ ହାଟିଙ୍କ୍ A କେଥ୍ ହଟିଙ୍ଗକୁ ୪ ଟି ଗୋଲ଼ କରି କେଥ ହଟିଙ୍ଗ A ପ୍ରଥମ ପୁରସ୍କାର ହାସଲ କରିଛନ୍ତି । ତେବେ ଆଖ ପାଖ ଅଂଚଳରୁ ଶହ ଶହ ଫୁଟବଲ ପ୍ରେମୀ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି l