ବିଘ୍ନ ବିନାଶକଙ୍କ ପୂଜାରେ ଧରାପୃଷ୍ଠ ଚଳଚଞ୍ଚଳ

ଆଜି ଗଣେଷ ଚତୁର୍ଥୀ । ଗଣପତି ବାବାଙ୍କୁ ସ୍ୱାଗତ କରି ପୁରପଲ୍ଲୀ ସବୁଠି ଉତ୍ସାହ । ଶିକ୍ଷାନୁଷ୍ଠାନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ଏବଂ ମଣ୍ଡପରେ ପୂଜାର ଆୟୋଜନ ହୋଇଛି। ବେଶ ଧୁମଧାମର ସହ ପାଳନ ହେଉଛି ଗଜାନନଙ୍କ ପୂଜା । ଗଜାନନଙ୍କ ପୂଜା ପାଇଁ ଗାଁଠୁ ସହର ସବୁଠି ଉତ୍ସାହ ଉଦ୍ଦିପନା। ଶିକ୍ଷାନୁଷ୍ଠାନ, ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନ, ଏପରିକି ସାହି ଗଳିରେ ଆଜି ପୂଜା ପାଉଛନ୍ତି ଗଜାନନ ।ବିରାଟକାୟ ସୁଉଚ୍ଚ ତୋରଣ ପରିବେଶକୁ ଅଧିକ ଆକର୍ଷଣୀୟ କରୁଛି। ବେଶ ସୁନ୍ଦର ଭାବେ ସଜାହୋଇଛି ସମସ୍ତ ତୋରଣ । ଗଜାନନଙ୍କ ଆଗମନରେ ଧରାପୃଷ୍ଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ବ୍ରାହ୍ମଣଙ୍କ ଯଜ୍ଞ, ମନ୍ତ୍ରଧ୍ୱନିରେ ଗୁଞ୍ଜରିତ ହେଉଛି ପ୍ରତ୍ଯକଟି ପୂଜା ସ୍ଥାନ ।

Leave a Reply

Your email address will not be published. Required fields are marked *