ପ୍ରଭୁ ଗଜାନନ ଙ୍କ ପୂଜା ତଥା ଗଣେଶ ପୂଜା କୁ ନେଇ ସାରା ଦେଶ ଏବେ ଉତ୍ସବ ମୁଖର । ସବୁଆଡ଼େ ଗଣେଶ ପୂଜା କୁ ଧୁମ୍ ଧାମ ରେ ପାଳନ ପାଇଁ ହୋଇଚି ବ୍ୟାପକ ପ୍ରସ୍ତୁତି । ତେବେ ଏହି ଅବସର ରେ ଗଣେଶ ପୂଜା ର ଅଭିନନ୍ଦନ ବାଲୁକା ଚିତ୍ରକଳା ମାଧ୍ୟମ ରେ ଦେଇଛନ୍ତି ବିଶିଷ୍ଟ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ନିଆରା ବାଲୁକା ଚିତ୍ରକଳା ନିର୍ମାଣ କରିଛନ୍ତି ସୁଦର୍ଶନ । ବାଲିରେ ଲେମନ୍ ଗଣେଶ ମୂର୍ତି ସେ ନିର୍ମାଣ କରିଛନ୍ତି । ଦେଢ଼ ହଜାର (୧୫୦୦) ଲେମ୍ବୁ କୁ ଏହି ବାଲୁକା ଚିତ୍ରକଳା ରେ ସ୍ଥାପନ କରାଯାଇଛି। ଯାହାକି ବେଶ୍ ଆକର୍ଷଣୀୟ ହୋଇଛି। ତେବେ ଏହି ବାଲୁକା ଚିତ୍ରକଳା ମାଧ୍ୟମ ରେ ପ୍ରଧାନମନ୍ତ୍ରୀ ଙ୍କ ବାର୍ତ୍ତା ‘ଆତ୍ମ ନିର୍ଭର ଭାରତ ‘ ର ବାର୍ତ୍ତା ରହିଛି ।