ବାଲି ମାଫିଆଙ୍କ ଉପରେ ଚଢଉ; ୯ ଟ୍ରାକ୍ଟର, ୨ ହାଇୱା ଜବତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ବୈତରଣୀ ଓ କୂଶେଇ ନଦୀର ବିଭନ୍ନ ବାଲି ଘାଟରୁ ବାଲି ଚୋଲା ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଥିଲା|

ଅଭିଯୋଗକୁ ଆଧାର କରି ଗତକାଲି ବିଳମ୍ବିତ ରାତିରେ ଖଣି ଓ ପୋଲିସର ସ୍ବତନ୍ତ୍ର ସ୍ୱାର୍ଡ ବୈତରଣୀ ନଦୀର ବୀରଗୋବିନ୍ଦପୁର ଓ ଦେଓଗାଁ କୁସେଇ ନଦୀ ଘାଟରୁ ଚୋରା ବାଲି ପରିବହନ କରୁଥିବା ନଅଟି ଟ୍ରାକ୍ଟର, ଦୁଇଟି ହାଇୱା ଓ ଗୋଟିଏ ଜେସିବି ଜବତ କରିଛି | ଆଗକୁ ଚଢାଉକୁ ବ୍ୟାପକ କରାଯିବ ବୋଲି ଖଣି ବିଭାଗ ସୂତ୍ରରୁ ସୂଚନା ମିଳିଛି |