ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକରେ ବାଲିଆପାଳ ଥାନା ପରିସରରେ ପୋଲିସ ପକ୍ଷରୁ ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ବର୍ଷ ବର୍ଷ ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ । ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍ (ସିଆରପିସି) ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍ (ଆଇଇଏ) ବଦଳରେ ଯଥାକ୍ରମେ ଲାଗୁ ହୋଇଛି ଭାରତୀୟ ନ୍ୟାୟ ସଂହିତା,ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ । ଏହି ପ୍ରରିପ୍ରେକ୍ଷୀରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଏକ ଆଲୋଚନା ।









ସଚେତନତା କାର୍ଯ୍ୟକ୍ରମ ବରିଷ୍ଟ ଏସ୍ ଆଇ ବିଶ୍ବମ୍ବର ଚକ୍ରବର୍ତ୍ତୀ ଙ୍କ ଅଧ୍ୟକ୍ଷତାରେ ବାଲିଆପାଳ ଅଞ୍ଚଳର ସମାଜସେବୀ, ନିର୍ବାଚିତ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜିବି ଉପସ୍ଥିତ ଥିଲେ । ଆଲୋଚନା କାର୍ଯ୍ୟକ୍ରମ ରେ ବିଶେଷ କରି ଭାରତୀୟ ନ୍ୟାୟ ସଙ୍ଗୀତା,ଭାରତୀୟ ସାକ୍ଷ୍ୟ ସଙ୍ଗୀତା, ଭାରତୀୟ ନାଗରିକ ସୁରକ୍ଷା ସଙ୍ଗିତା ରେ ରେ ଥିବା ବିଭିନ୍ନ ଦଫା ଉପରେ ଆଲୋକପାତ କରିଥିଲେ । ବିଶେଷ କରି ଗାଁ ଏବଂ ଗୋଷ୍ଠୀ ସ୍ତରରେ ଲୋକଙ୍କୁ ସଚେତନ କରାଇ ଅପରାଧ ନିୟନ୍ତ୍ରିତ କରିବା ଏହି କାର୍ଯ୍ୟକ୍ରମ ର ଲକ୍ଷ୍ୟ ଏବଂ ଉଦେଶ୍ୟ ବୋଲି ଏସ,ଆଇ, ଶ୍ରୀ ଚକ୍ରବର୍ତ୍ତୀ ଏସ,ଆଇ ଲିଲି ନାୟକ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ଏ,ଏସ ଆଇ ପ୍ରବୋଧ କୁମାର ମଲ୍ଲିକ, ଉପେନ୍ଦ୍ର ନାଥ ବେହେରା ସହଯୋଗ କରିଥିଲେ। ସରପଞ୍ଚ ଜଗନ୍ନାଥ ବିଶ୍ୱାଳ , ମଧୁସୂଦନ ବାରିକ, ଅରବିନ୍ଦ ବେହେରା, ବିନୋଦ କୁମାର ଜେନା, ଜଗନ୍ନାଥ ବାରିକ, ଅରୁଣ ପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ଜେନା, ସଦାଶିବ ସେଠି, ଚନ୍ଦନ ଜେନା, ସାମ୍ବାଦିକା ରାଜଶ୍ରୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।