ବାବା ସାହେବ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ପାଳନ

ସିପିଆଇ (ଏମ୍ଏଲ) ଲିବରେସନ ତରଫରୁ ରାୟଗଡ଼ା ଜିଲ୍ଲା ରେ ବାବା ସାହେବ ଭିମ ରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତୀ ଦିବସ ପାଳନ କରାଯାଇଛି । ଭୀମରାଓ ଆମ୍ବେଦକର ଜଣେ ଭାରତୀୟ ଆଇନ ବିତ୍ ଓ ଅର୍ଥନୀତିଜ୍ଞ, ସମାଜ ସଂସ୍କାରକ ଏବଂ ରାଜନୈତିକ ନେତା ଥିଲେ । ଯାହା ଫଳରେ ଆଜି ଭାରତର ସମ୍ବିଧାନ ସଭାର ବିତର୍କ ଏବଂ ସାର୍ ବେନେଗାଲ ନରସିଂ ରାଉଙ୍କ ପ୍ରଥମ ଡ୍ରାଫ୍ଟ ଉପରେ ଆଧାରିତ । ସେ ଭାରତର ସମ୍ବିଧାନ ପ୍ରସ୍ତୁତକାରୀ କମିଟିର ଅଧ୍ୟକ୍ଷତା କରିଥିଲେ । ଏବଂ ଆମ୍ବେଦକର , ଜବାହରଲାଲ ନେହେରୁଙ୍କ ପ୍ରଥମ କ୍ୟାବିନେଟରେ ଆଇନ ଓ ନ୍ୟାୟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ହିନ୍ଦୁ ଧର୍ମ ପରିତ୍ୟାଗ କରି ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ । ବମ୍ବେ ବିଶ୍ୱ ବିଦ୍ୟାଳୟର ଏଲଫିନଷ୍ଟୋନ କଲେଜରୁ ସ୍ନାତକ ହାସଲ କରିବା ପରେ , ଆମ୍ବେଦକର କଲମ୍ବିଆ ବିଶ୍ଵବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିବା ,୧୯୨୭ ଏବଂ ୧୯୨୩ ରେ ଡକ୍ଟରେଟ୍ ହାସଲ କରିଥିଲେ ।

ଏବଂ ୧୯୨୦ ଦଶକରେ ଏହି ଦୁଇଟି ଶିକ୍ଷାନୁଷ୍ଠାନରେ ଡକ୍ଟରେଟ୍ କରିବା ସହ ଲଣ୍ଡନର ଗ୍ରେ’ସ ଇନ୍ ରେ ଆଇନରେ ମଧ୍ୟ ତାଲିମ ନେଇଥିଲେ । ମୋଦୀ ସରକାରଙ୍କ ଦ୍ଵାରା ଲୋକସଭା ରେ ସଂଶୋଧନ ୱାକଫ ବିଲ ଉପସ୍ଥାପିତ କରି ବିରୋଧୀ ଦଳର ମତବାଦକୁ ଅଣଦେଖା କରି ଏକ ପାଖିଆ ବିଲ ଆଣିଛନ୍ତି । ଏ ବିଲ ର ଉଦ୍ଦେଶ୍ୟ ହେଉଛି ମୁସଲମାନ ସମ୍ପ୍ରଦାୟର ସଂସ୍କୃତିକୁ ସ୍ଵାଧୀନତା ଉପରେ ଆକ୍ରମଣ ବୋଲି ଜିଲ୍ଲା ସମ୍ପାଦକ ତ୍ରି ପତି ଗମାଙ୍ଗ ତାଙ୍କ ବକ୍ତବ୍ୟରେ କହିଛନ୍ତି । ଏହି ସଭା ଯାତ୍ରାରେ ଅନାସିମ ଶବର, ସଂଜୀବ ଶବର, ସାଇମା ଶବର, ମୋଜେସ ଶବର ପ୍ରମୁଖ ଉପସ୍ଥିତ ରହି ଆଜି ଗୁଣପୁର ଉପଖଣ୍ଡ ସ୍ତରୀୟ ଏକ ସଭା ଯାତ୍ରା ବାହାରି ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ, ଗଣ ତନ୍ତ୍ର ବଞ୍ଚାଅ ଦେଶ ବଞ୍ଚାଅ ବୋଲି ନାରା ଦେଇ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ କରୁଥିବା ଦେଖିବାକୁ ମିଳୁଛି ।