ବାବା ଜଳେଶ୍ଵର ମନ୍ଦିରରୁ ଲୁଟ୍

ଦିନକୁ ଦିନ ସମାଜରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।ଏମିତିକି ମନ୍ଦିରରୁ ମଧ୍ୟ ଲୁଟ୍ କରିବାକୁ ପଛାଉ ନାହାନ୍ତି କିଛି ଅସାମାଜିକ ଲୋକ ।ସେମିତି କିଛି ଦେଖିବାକୁ ମିଳିଛି ବିଶୋଇ ଜଳେଶ୍ଵର ବାବା ଶିବ ମନ୍ଦିରରେ । ଦାନ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି ।ସୁଚନା ଅନୁଯାୟୀ ବିଶୋଇ ଜଳେଶ୍ଵର ବାବା ଶିବ ମନ୍ଦିରରେ ଗତ ସୋମବାର ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଦାନହୁଣ୍ଡି ତାଡି ସମସ୍ତ ଟଙ୍କା ଲୁଟି ନେଇଥିବା ଦେଖାଯାଇଛି। ସୋମବାର ଦିନ ମନ୍ଦିରରେ ନବଗ୍ରହ ଠାକୁର ପ୍ରତିଷ୍ଠା କାର୍ଯ୍ୟକ୍ରମ ସରିଥିବା ବେଳେ ରାତିରେ ଦାନ ହୁଣ୍ଡିରେ ଥିବା ସମସ୍ତ ଟଙ୍କା ଚୋରି ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ବିଶୋଇ ଥାନାରେ କମିଟି ପକ୍ଷରୁ ଏକ ଲିଖିତ ଅଭିଯୋଗ ହୋଇଥିବା ବେଳେ ବିଶୋଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପୁର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିବା ବେଳେ ପୁଣି ଘଟଣାର ପୁନରାବୃତ୍ତି ଘଟିଛି । ତେବେ ବିଶୋଇ ଅଞ୍ଚଳରେ ଥିବା ଏହି ସର୍ବ ପୁରାତନ ଏକମାତ୍ର ଐତିହ ଦେବସ୍ଥଳିରେ ବାରମ୍ବାର ଚୋରି ହେବା ନେଇ ଏବେ ମନ୍ଦିରର ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି ବୁଦ୍ଧି ଯିବି। ବିଶୋଇରେ ଥିବା ଏହି ସର୍ବ ପୁରାତନ ଏକମାତ୍ର ଶିବମନ୍ଦିରର ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ CC କ୍ୟାମେରା ସହିତ ଆଲୋକର ବ୍ୟବସ୍ଥା ପାଇଁ ଦାବି ଜୋର ଧରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *