ବାଣପୁର ସବ-ଜେଲ୍ କର୍ମଚାରୀଙ୍କ ଆମରଣ ଅନଶନ

ନିଖିଳ ଓଡିଶା କାରାଗାର କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ବାଣପୁର ଉପ କାରାଗାର ର କର୍ମଚାରୀ ମାନେ ସୋମବାର ଠାରୁ ଆମରଣ ଅନଶନ ଆରମ୍ଭ କରିଛନ୍ତି । ସୂଚନା ଯୋଗ୍ୟ ଯେ ବିଗତ କିଛି ଦିନ ପୂର୍ବେ ଏହି କର୍ମଚାରୀ ମାନେ ୫ ଦଫା ଦାବି ନେଇ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ। ଦାବି ପୂରଣ ନ ହେବାରୁ ସେମାନେ ଏବେ ଆମରଣ ଅନଶନ ଆରମ୍ଭ କରିଛନ୍ତି । ପ୍ରକାଶ ଥାଉକି କାରାରକ୍ଷୀ ଙ୍କ ଗ୍ରେଡ୍ ପେ ‘ ୧୯୦୦ ରୁ ୨୦୦୦ ଟଙ୍କା କରିବା, ମୂଖ୍ୟ କାରାରକ୍ଷୀ ଙ୍କ ଗ୍ରେଡ୍ ପେ ‘ ୨୦୦୦ ରୁ ୨୪୦୦ ଟଙ୍କା କରିବା,୨୦୧୩ ବଦଳି ନିୟମ ଲାଗୁ କରିବା,ଉପ ଖଣ୍ଡ ସ୍ତରରୁ ବଦଳି ନିୟମ କୋହଳ, ଖାଦ୍ୟ ଭତ୍ତା ବୃଦ୍ଧି,ଓ ୧୩ ମାସିଆ ଦରମା ବୃଦ୍ଧି ଭଳି ୫ ଦଫା ଦାବି ନେଇ କର୍ମଚାରୀମାନେ ଗତ ୧୩ ତାରିଖ ଠାରୁ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରି ଆସୁଥିଲେ । ଆଜି ସେମାନେ ଜିଲ୍ଲାପାଳ, ସ୍ଥାନୀୟ ବିଡ଼ିଓ, ଏବଂ ଥାନା ଅଧିକାରୀ ଙ୍କୁ ଅବଗତ କରି ଜଣାଇଛନ୍ତି ଯେ, ଧାରଣା ସମୟରେ ଯଦି କୌଣସି କର୍ମଚାରୀ ଅଶୁସ୍ତ ହୁଅନ୍ତି କିମ୍ବା ମୃତ୍ୟୁ ବରଣ କରନ୍ତି, ତେବେ କାରାଗାର ଉଚ୍ଚ କତୃପକ୍ଷ, ଏବଂ ରାଜ୍ୟ ସରକାର ଦାୟୀ ରହିବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *