ବାଚସ୍ପତିଙ୍କୁ ବିଜେପିର ଅପମାନ ବିରୋଧରେ ବିଜେଡିର କ୍ୟାଣ୍ଡେଲ ଯାତ୍ରା

ରାଜ୍ୟ ବିଧାନସଭାରେ ବାଚସ୍ପତିଙ୍କୁ ବିଜେପି ଡାଲି ଫୋପାଡିବା ଘଟଣାକୁ ନେଇ ଶନିବାର ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଛି। ବିଜୁ ମହିଳା ଜନତା ଦଳ ତରଫରୁ ସନ୍ଧ୍ୟା ୫ଟାରେ ଏକ ବିରାଟ ପଟୁଆରରେ ହଜାର, ହଜାର ମହିଳା ହାତରେ କ୍ୟାଣ୍ଡେଲ ଧରି ଏକାମ୍ର ହାଟ ପାଖରୁ ଶୋଭା ଯାତ୍ରାରେ ରାମ ମନ୍ଦିର ଛକ ପର୍ଯ୍ୟନ୍ତ ଯାଇଥିଲେ। ରାଜ୍ୟ ପ୍ରଥମ କରି ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ବାଚସ୍ପତି ଭାବେ ପାଇଥିବା ବେଳେ ବିଜେପି ତାଙ୍କୁ ଘୋର ନିନ୍ଦା କରିଥିଲେ। ବାଚସ୍ପତି ଗୃହର ସର୍ବୋଚ୍ଚ ପଦରେ ଥିବା ବେଳେ ତାଙ୍କୁ ବିଜେପି ବିଧାୟକ ଅପମାନ କରିବା ଗୃହ ଓ ସମ୍ବିଧାନର ଅସମ୍ମାନ। ଏହି କାର୍ଯ୍ୟ ମହିଳାଙ୍କୁ ଅସମ୍ମାନ। ତେଣୁ ସମସ୍ତ ମହିଳାଜାତି ଏହାକୁ ନିନ୍ଦା କରୁଛି ବୋଲି ମତ ଦେଇଥିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ।

ଆଗାମୀ ଦିନରେ ମହିଳାବିରୋଧୀ ବିଜେପି ସରକାରକୁ ଉଚିତ ଜବାବ ଦିଆଯିବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଏହି ଶୋଭାଯାତ୍ରାରେ ବହୁ ଯୁବ ଛାତ୍ର କର୍ପୋରେଟର, ପୁରୁଷ ଓ ମହିଳା ତଥା ସାଙ୍ଗଠନିକ ପଦାଧିକାରୀ ଯୋଗଦେଇ ବିଜେପି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଗକୁ ଏହି ବିବାଦ ଉଗ୍ର ରୂପ ନେବା ପରି ମନେ ହେଉଛି।

Leave a Reply

Your email address will not be published. Required fields are marked *