ବାଘ ଗଣନା ସମୟରେ ଏକ ମହାବଳ ସହ କଲରାପତରିଆ ଠାବ

କେନ୍ଦୁଝର ବନଖଣ୍ଡରେ ବାଘ ଗଣନା ସମୟରେ ଏକ ମହାବଳ ଓ ଏକ କଲରାପତରିଆ ବାଘ ଠାବ ହୋଇଛି । ଟ୍ରାପ କ୍ୟାମେରା ସହ ପାଦ ଚିହ୍ନ ଦ୍ୱାରା ଠାବ ହୋଇଥିବା ଜଣାପଡିଛି । ତେବେ ପ୍ରଥମ ପର୍ଯ୍ୟାୟରେ ସାଇନ ସର୍ଭେ ଓ ବର୍ତମାନ ନଭେମ୍ବର ୧ ତାରିଖରୁ ସାଇନ ସର୍ଭେ ସହ ଆରମ୍ଭ ହୋଇଛି କ୍ୟାମେରା ଟ୍ରାପ ସର୍ଭେ , ଯାହା ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦୁଝର ବନଖଣ୍ଡର ୭ ଟି ରେଞ୍ଜ ର ୧୦୨ ଟି ବିଟ୍ ଅଞ୍ଚଳରେ ୧୦୨ ଟି ଟିମ୍ ଦ୍ବାରା ବ୍ୟାଘ୍ର ଗଣନା କାର୍ଯ୍ୟ ଚାଲିଛି । ମୁଖ୍ୟତଃ ଅଟେଇ , କଳାପାଟ , ଚମକପୁର ଓ ଜଙ୍ଘିରା ଅଞ୍ଚଳରେ ୯୮ ଟି ଟ୍ରାପ କ୍ୟାମେରା ଲଗାଯାଇଛି ।

ଏଥିରେ ଜିଲ୍ଲାର ସମସ୍ତ ସ୍କ୍ବାର୍ଡ, ଗାର୍ଡ ଓ ଫରେଷ୍ଟର୍ ସାମିଲ୍ ହୋଇଛନ୍ତି । ଏମାନେ କିପରି ସୁରୁଖୁରୁରେ ବାଘର ପାଦ କୁ ଚିହ୍ନି ପାରିବେ ତାକୁ ନେଇ ପି ଆଇ ପି ରେ ଡେମୋ ଦେଇଥିଲେ ନିଜେ ଡିଏଫଓ । ବାଘ ଯାତାୟତ କରୁଥିବା ସ୍ଥାନରେ ବାଘର ପାଦଚିହ୍ନ ଜାଣିବା ପାଇଁ ୧୮୯୬ ଟି ପି ଆଇ ପି ସ୍ଥାପନ କରାଯାଇଛି । ତେବେ ବର୍ତ୍ତମାନ ଦୁଇଟି ବାଘ ଥିବା ଜଣା ପଡିଛି ଓ ଟ୍ରାପ୍ କ୍ୟାମେରାରେ ଦ୍ବିତୀୟ ପର୍ଯ୍ୟାୟ ଗଣନା ଶେଷ ହେବାପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ଜିଲ୍ଲାରେ କେତେ ସଂଖ୍ୟାରେ ବାଘ ଅଛନ୍ତି, ସେବିଷୟରେ ସ୍ପଷ୍ଟ ସୂଚନା ମିଳିବ ବୋଲି ବନ ବିଭାଗର ଏସିଏଫ ପ୍ରକାଶ କରିଛନ୍ତି ।


ଇତିମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧିନରେ ଥିବା ସଂରକ୍ଷିତ ଜଙ୍ଗଲରେ ବାଘର ପାଦଚିହ୍ନ , ଫଟୋ ସହ ବିଭିନ୍ନ ପ୍ରଜାତିର ବନ୍ୟ ଜନ୍ତୁ ସାଇନ ସର୍ଭେ ଓ କ୍ୟାମେରା ଟ୍ରାପ ରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *