ବାଇକ ଦୁର୍ଘଟଣାରେ ତିନି ମୃତ

ବରଗଡ଼ : କ୍ରିକେଟ ଖେଳ ସଉକ ହେଲା କାଳ । କ୍ରିକେଟ ଖେଳ ଦେଖି ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ଥ ହୋଇ ତିନିଜଣଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ପଦ୍ମପୁର ନିକଟସ୍ଥ ବାଜେନମୁଣ୍ଡା ଗାଁର ପିଲାମାନେ ବାନେ୍ଦନବାହାଲ ଗାଁକୁ କ୍ରିକେଟ ଖେଳିବା ପାଇଁ ଯାଇଥିଲେ । ସେଠାରେ ବାଜେନମୁଣ୍ଡା ଦଳ ବିଜୟ ହେଲା ପରେ ସେମାନଙ୍କ ସହ ଖେଳ ଦେଖିବା ପାଇଁ ଯାଇଥିବା ପିଲାମାନେ ମଉଜ ମଜଲିସ କରି ଫେରୁଥିଲେ । ହେଲେ ପଦ୍ମପୁର ନିକଟସ୍ଥ ମହୁଲପାଲି ବ୍ରିଜ ଉପରେ ଭାର ସାମ୍ୟ ହରାଇ ବାଇକ ସହ ଘୋଷାଡ଼ି ହୋଇ ପଡ଼ିଥିଲେ ଖେଳ ଦେଖିବାକୁ ଯାଇଥିବା ତିନି ଜଣ | ତେବେ ସେମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡାକ୍ତର ତିନି ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ମାନେ ହେଲେ ବୁଡେନ ଥାନା ବାଜେନମୁଣ୍ଡା ଗାଁର ପଦ୍ମନ ଥପା, ଆକାଶ ପୋଢ ଓ ପଦ୍ମଲୋଚନ ଥପା ।

Leave a Reply

Your email address will not be published. Required fields are marked *