ବାଇକ ଚୋରି ଅଭିଯୋଗରେ ଦୁଇ ଗିରଫ

କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରେ ବାଇକ ଚୋରି ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରାଯିବା ସହିତ ବାଇକ ଜବତ କରିଛି ପୋଲିସ | ଗତ ୧୪ ତାରିଖ ଦିନ ଶୈଲଙ୍କରୁ ଏକ ବାଇକ ଚୋରି ଅଭିଯୋଗ ହୋଇଥିଲା | ଓଡି ୦୯ ୟୁ୦୨୪୪ ନମ୍ବର ଯୁକ୍ତ ହିରୋ ସିଡି ଡିଲକ୍ସ ବାଇକ ଚୋରି ହୋଇଥିବା ନେଇ ରାଜେନ୍ଦ୍ର କୁମାର ଦେହୁରୀ ଘଷିପୁରା ଥାନାରେ ଅଭିଯୋଗ କରିଥିଲେ |

ପୋଲିସ ତଦନ୍ତରେ ଉକ୍ତ ଦୁଇ ବାଇକ ଚୋର ଧରପଡ଼ିଛନ୍ତି | ପୁରୁଣା ବାନ୍ଦଗୋଡା ଗ୍ରାମର ଆନନ୍ଦପୁର ମେଡିକାଲରେ ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା କାହ୍ନୁଚରଣ ଜେନା, ଆଉ ଜଣେ ନନ୍ଦିପଦା ଥାନା ଅଞ୍ଚଳର ରମ୍ପାସ ଗ୍ରାମର ଜ୍ଞାନରଞ୍ଜନ ଖୁଣ୍ଟିଆଙ୍କ ଠାରୁ ବାଇକ ଜବତ କରିବା ସହ ଉଭୟଙ୍କୁ ଗିରଫ କରିଛି ପୋଲିସ |