ବାଇକ୍ ଧକ୍କାରେ ଜଣେ ମୃତ, ୫ ଗୁରୁତର

କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ୨୦ନଂ ଜାତୀୟ ରାଜପଥ ନୂଆଗାଁ ଛକ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ତିନି ଗୁରୁତର ପାଞ୍ଚ ଜଣ ଆହାତ।
ସୂଚନା ଅନୁଯାୟୀ ରାମଚନ୍ଦ୍ରପୁର ଥାନା ଅର୍ନ୍ତଗତ ଜେନାପଦା ଗ୍ରାମର ରମେଶ ତ୍ରୀପାଠୀଙ୍କ ପରିବାର ଲୋକେ ଘଟଗାଁ ଯାଇ ବସ୍ ଯୋଗେ ଘରକୁ ଫେରୁଥିଲେ। ଦିନ ୧୨ଟାରେ ନୂଆଗାଁ ଛକରେ ବସରୁ ଓହ୍ଲାଇ ରୋଡ଼ ଅତିକ୍ରମ କରୁଥିବା ବେଳେ ବାଇକ୍ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ସମସ୍ତେ ପଡ଼ିଯାଇଥିଲେ। ରମେଶଙ୍କ ସମେତ ପୁଅ ମାନସ ତ୍ରିପାଠୀ, ଦୁଇ ଜଣ ମହିଳା ଓ ଜଣେ ନାବାଳିକା ଥିବା ଜଣା ପଡ଼ିଛି। ସମସ୍ତଙ୍କ ମୁଣ୍ଡ ଓ ଗୋଡ଼ରେ ଗଭିର ଆଘାତ ଲାଗିଥିବା ବେଳେ ବାଇକ ଚାଳକ ମଧ୍ଯ ଗୁରୁତର ଥିବା ଜଣା ପଡ଼ିଛି। ସାମାଜିକ କର୍ମୀ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସାଇଁକୁଳ ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି ।

ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଆମ୍ବୁଲାନ୍ସରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । କିନ୍ତୁ ମେଡ଼ିକାଲ ପହଁଚିବା ପୂର୍ବରୁ ହିଁ ରମେଶଙ୍କର ବାଟରେ ମୃତ୍ୟୁ ଘଟିଥିଲା । କଟକ ମେଡ଼ିକାଲରେ ଶବ ବ୍ୟବଚ୍ଛେଦ କରାଯାଇ ନିଜ ଗ୍ରାମ ଜେନାପଦା ଆଣିବା ପରେ ଗ୍ରାମରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି । ରାମଚନ୍ଦ୍ରପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।