ବିଜୟ ଓ୍ବାଡା- ରାଞ୍ଚି ଜାତୀୟ ରାଜପଥ ୨୨୦ ନମ୍ବର ପାଲଟିଛି ମରଣଯନ୍ତା । ଆଜି ସକାଳ ସମୟରେ ଜାତୀୟ ରାଜପଥ ୨୨୦ ନମ୍ବର ବିଜୟଓ୍ବାଡା- ରାଞ୍ଚି ରାଇରଙ୍ଗପୁର ଠାରୁ ୧୨ କିମି ଦୂର ରାସ୍ତା ଵହଳଦା ଥାନା ଅନ୍ତର୍ଗତ ବାସିଙ୍ଗୀ ଠାରେ ଏକ ବାଇକ କୁ ପଛରୁ ଧକ୍କା ଦେଇଛି ଦୃତ ଗତିରେ ଆସୁଥିବା ଡମ୍ପର । ଯାହା ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକଙ୍କର ମୃତ୍ୟୁ ହୋଇଛି । ସୂଚନାଅନୁସାରେ ,ବାସିଙ୍ଗି ଗ୍ରାମର ଅନାଦି ସାହୁ ଘରକୁ ଫେରୁଥିବା ସମୟରେ ବହଳଦା ପଟୁ ଆସୁଥିବା ଡମ୍ପର ଗାଡ଼ି ପଛରୁ ଧକ୍କା ଦେଇଥିଲା । ବାଇକ ଚାଳକ ଜଣକ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ି ରହିଥିଲେ । ଘଟଣାସ୍ଥଳରୁ ଡମ୍ପର ଡ୍ରାଇଭର ଫେରାର ଥିବା ଜଣାପଡିଛି । ଖବରପାଇ ଵହଳଦା ପୋଲିସ ଓ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ଉତ୍ୟକ୍ତ ଲୋକେ ଓ ପରିବାର ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଚାପା ଉତ୍ତେଜନା ଲାଗି ରହିଛି । ଡ୍ରାଇଭରକୁ ଗିରଫ ଏବଂ ଘଟଣାସ୍ଥଳରେ ଜିଲ୍ଲାପାଳ ପହଞ୍ଚିବା ନେଇ ପରିବାର ଲୋକେ ଦାବି କରିଛନ୍ତି ।