ବାଇକ୍ ଉପରେ ମାଡ଼ିଗଲା ହାଇଓ୍ବା, ଘଟଣାସ୍ଥଳରେ ବାଇକ୍ ରେ ଯାଉଥିବା ବାପ ଝିଅ ମୃତ । କୁଜଙ୍ଗ କୋଠିଆସାହି ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ଘର କୁଜଙ୍ଗ ଷଣ୍ଢପୁର ଅଞ୍ଚଳର ବାବୁ ବିଶ୍ବାଳ ଓ ତାଙ୍କ ଝିଅ ଲୋରୀ ବିଶ୍ବାଳ । ପାରାଦ୍ଵୀପ ଡିପିଏସ ସ୍କୁଲ ରୁ ନିଜ ୧୦ ବର୍ଷର ଝିଅ କୁ ଧରି ବାପ ଝିଅ ଫେରୁଥିଲେ । କଟକ ପଟରୁ ଆସୁଥିବା ଏକ ହାଇଓ୍ବା ଉଭୟଙ୍କୁ ଧକ୍କା ଦେବା ସହିତ ଉଭୟଙ୍କ ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ହିଁ ବାପ ଝିଅ ଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ଲୋକଙ୍କ ପକ୍ଷରୁ କୋଠିଆସାହି ନିକଟରେ ରାସ୍ତା ଅବରୋଧ କରାଯିବା ସହିତ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରୁଛି । ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଛି ।